ଜୁନାଗଡରେ ଇଣ୍ଟର କଲେଜ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଜୁନାଗଡଠାରେ ଇଣ୍ଟର କଲେଜ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଛି। କଳାହାଣ୍ଡି ବିଶ୍ଵ ବିଦ୍ୟାଳୟର କୁଳପତି ଡକ୍ଟର ସଞ୍ଜୟ କୁମାର ଶତପଥୀ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିବା ବେଳେ, ଉଦଘାଟନୀ ସଭାରେ ପ୍ରିୟଦର୍ଶିନୀ ଇନ୍ଦିରା କଲେଜର ଅଧ୍ୟକ୍ଷ ବିଭୁତି ମେହେର, ନୂଆପଡ଼ାରୁ ପର୍ଯବେକ୍ଷକ ସର୍ଜ ପଣ୍ଡା, ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଭାପତି ପ୍ରଦୀପ କୁମାର ଦାସ, ପୂର୍ବତନ ନଗରପାଳ ମହେଶ ସାହୁ, ବ୍ୟାଡମିଣ୍ଟନ ସାଂଗଠନିକ ସମ୍ପାଦକ ସମୀର ସାହୁ, ଧର୍ମଗଡ଼ ପିଇଟି ଅଭୟ ବାଗ, ଅଧ୍ୟାପକ ବିଶ୍ୱରଂଜନ ବେହେରା, ପ୍ରିୟବ୍ରତ ବଣୁଆ ପ୍ରମୁଖ ଉପସ୍ଥିତ ଥିଲେ। ଟୁର୍ଣ୍ଣାମେଂଟରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଅଧିନସ୍ଥ ୨୨ ଗୋଟି କଲେଜର ଛାତ୍ରଛାତ୍ରୀ  ଭାଗ ନେଇଛନ୍ତି। ଏହି ପ୍ରତିଯୋଗିତା ୬ ଓ ୭ ଦୁଇଦିନ ଧରି ଚାଲିବ। ଟୁର୍ଣ୍ଣାମେଂଟକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମହଲରେ ଉତ୍ସାହ ଦେଖାଦେଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.