ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ସ୍ଥାନୀୟ ପୋଲିସ ପଡିଆ ଠାରେ ଚାଲିଥିବା ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ ହୋଇ ଯାଇଛି | ଜିଲ୍ଲା ମୁଖ୍ୟ ଭେଟେନାରୀ ଅଧିକାରୀ ଡ଼ ପ୍ରଦୀପ ସେଠଙ୍କ ଅଧକ୍ଷତାରେ ଏନେଇ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ବିଶିଷ୍ଠ ଶିକ୍ଷାବିତ ତଥା ଅବସର ପ୍ରାପ୍ତ ଅଧକ୍ଷ ଡ଼ ଶିବ ପ୍ରସାଦ ବେହେରା, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓଡିଶା ପ୍ରାଣୀ ସମ୍ପଦ ବିକାଶ ସମିତି ଭୁବନେଶ୍ୱର ଡ଼ ସତ୍ୟ ନାରାୟଣ ପଣ୍ଡା ପ୍ରମୁଖ ଏହି ମେଳାରେ ମଂଚାସୀନ ଥିଲେ | ଏହି ମେଳାରେ ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ କରାଯାଇଥିଲା | ଏଥିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ସମ୍ବନ୍ଧରେ ଆଲୋଚନା ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା | ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷୀଙ୍କ ସଫଳ କାହାଣୀ ସହିତ ବିଶେଷଜ୍ଞମାନେ ଉପଯୋଗୀ ପରାମର୍ଶ ପ୍ରଦାନ କରିଥିଲେ | ଏହି ଆବସରରେ ଖରିଆରର ଇଂ ସତ୍ୟାନନ୍ଦ ଦାସଙ୍କୁ ଗୋପାଳଣ ପାଇଁ, ନୂଆପଡା ଜାମପାଣି ଗାଁର ଧଳେଶ୍ୱର କନ୍ଦାଙ୍କୁ ମତ୍ସ୍ୟ ଚାଷ ପାଇଁ, ସିନାପାଲି ର ଜୟ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଛେଳି ପାଳନ ପାଇଁ, ଖରିଆର ଚନାବେଡା ର ପଞ୍ଚ ଦେବତା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ମତ୍ସ୍ୟ ଚାଷ ପାଇଁ ନଗଦ ୫୦୦୦ ଟଙ୍କା ଦେଇ ସଫଳ ଚାଷୀ ଭାବେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା | ଏହି ଅବସରରେ ବୈଜ୍ଞାନିକ କୃଷକ ଆଲୋଚନା ଚକ୍ରରେ ବିଶିଷ୍ଠ ମତ୍ସ୍ୟ ବୈଜ୍ଞାନିକ ଅରୁଣ କୁମାର ବେହରା, ଜି. ଜଗଦୀଶ ରାଓ, ବିଶିଷ୍ଠ ପ୍ରାଣୀ ବୈଜ୍ଞାନିକ ଡ଼ ବାସୁଦେବ ସୁସନୀ, ଡ଼ ଦିଗାମ୍ବର ନାୟକ ଜିଲ୍ଲା ର ମତ୍ସ୍ୟ ଚାଷୀ ଓ ପ୍ରାଣୀ ପାଳକ ମାନଙ୍କ ସହିତ ମତ ବିନିମୟ କରିଥିଲେ | ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମ କୁ ଭି. ଏ. ଏସ ସତ୍ୟ ରଞ୍ଜନ ବାରିକ, ଟାନୱାଟ ଏଲ. ଆଇ ବବଲୁ ଖାନ ବିଶେଷ ଭାବେ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.