ରେକର୍ଡ ଡ୍ୟାନ୍ସ ପ୍ରତିଯୋଗୀତା

ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ

ଓଡିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବାବୁ କେନ୍ଦୁଗୁଡା ଗ୍ରାମରେ ଜ୍ୟୋତିଫୁଲେ ଯୁବକ ସଂଘ ତରଫରୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଏକ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗୀତା  ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ  ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇ ମଞ୍ଚ ଉଦଘାଟନ କରିଥିବା ବେଳେ ମୂଖ୍ୟବକ୍ତା ଭାବେ ମାନସ ରଞ୍ଜନ ବାଗ, ସମ୍ମାନୀୟ ଅତିଥି ଭାବେ ଗୁଣନିଧି ଦୁର୍ଗା, ରାଜିନ୍ଦ୍ର ପାତ୍ର,ମନୋଜ କୁମାର ନାଏକ, ନବୀନ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ ଓ ଦୁହିତା ମାଝୀ, ରାଜସ୍ବ ନୀରକ୍ଷକ ବଡ଼କୁଟ୍ରୁ ବୀରେନ୍ଦ୍ର ନାଏକ, ବରିଷ୍ଠ ସାମ୍ୱାଦିକ ଶଙ୍କର୍ଷଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତାରେ ସର୍ବମୋଟ ୧୮ ଗୋଟି ଡ୍ୟାନ୍ସଦଳ ଭାଗ ନେଇ ନିଜ ନିଜ ନୃତ୍ୟ ପ୍ରଦର୍ଶନ କରିଥିଲେ। ସୁରୀୟ ପ୍ରତାପ, ବିଜୟ ଦୁର୍ଗା, ଭୂମିଶୁତା ନାଗ ଓ ସୁଶାନ୍ତ କୁମାର ଛାତ୍ରୀଆ ବିଚାରପତି ଭାବେ ଦାୟିତ୍ବ ତୁଲାଇ ଶ୍ରେଷ୍ଠ ୭ ଗୋଟି ଦଳ କୁ ପୁରସ୍କୃତ ପାଇଁ ଚୟନ କରିଥିଲେ।ପ୍ରଥମ ସ୍ଥାନ ଅଧିକାର କରିଥିଲେ ମାଁ କାଲୀ ମାଉଳି ଡ୍ୟାନ୍ସ ଗ୍ରୁପ କୋଟପାଡ଼, ସେହି ଭଳି ୨ୟ ସ୍ଥାନ ମିଷ୍ଟର ବିକି ଟାଇଗର ବଡ଼କୁଟ୍ରୁ, ୩ୟ ସ୍ଥାନ ଝିଙ୍ଗାଲାଲା ଡ୍ୟାନ୍ସଗ୍ରୁପ ଜୟପାଟଣା, ୪ର୍ଥ ସ୍ଥାନ ମେହେକ୍ ଓ ରୋହନ ଡ୍ୟାନ୍ସଗ୍ରୁପ ଭବାନୀପାଟଣା, ୫ମ ସ୍ଥାନ ମିସ୍ ସଲାମ ଲଡୁଗାଁ, ୬ଷ୍ଠ ସ୍ଥାନ ଆର.ପି. ଡ୍ୟାନ୍ସଗ୍ରୁପ ସେମଲା ଓ ସପ୍ତମ ସ୍ଥାନ ଅଧିକାର କରିଥିଲେ ମିସ୍ ସ୍ନେହରାଣି ସାହୁ ଜୁନାଗଡ଼। ଏହି ସାତଜଣ ପ୍ରତିଯୋଗୀ ଡ୍ୟାନ୍ସଗ୍ରୁପ ଅତିଥି ମାନଙ୍କ ଠାରୁ ପୁରସ୍କାର ରାଶି ଗ୍ରହଣ କରିଥିଲା। ଉକ୍ତ କାର୍ଯ୍ୟକ୍ରମ ଆୟୋଜକ ଜ୍ୟୋତି ଫୁଲେ ଯୁବକ ସଂଘର ସଭାପତି ନବ କିଶୋର ନାଗ, ଉପ ସଭାପତି ରାଜ କୁମାର ନାଏକ, ଟିକ୍ ଧର ବାଗ, କୋଷାଧ୍ୟକ୍ଷ ନିରଞ୍ଜନ ଓ ବିଶ୍ୱ ରଞ୍ଜନ ପ୍ରତିଯୋଗୀତା ଅୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ତଥା ଅନୁଷ୍ଠାନର ଟଙ୍କଧର ନାଏକ, ତରୁଣ ନାଏକ, ମନୋଜ ନାଗ, ଟୁଟୁନ ନାଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହି ପ୍ରତିଯୋଗିତାରେ ପ୍ରଦୀପ କୁମାର ନାଏକ ଓ ରାଜାରାମ ମଞ୍ଚ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.