ବ୍ଲକ ସ୍ତରୀୟ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ସକାଶେ ତାଲିମ ଶିବିର 

ଓଡିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): ଆଜି କଳାହାଣ୍ଡି ଜିଲ୍ଲା କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସଭାଗୃହ ପ୍ରାଙ୍ଗଣରେ ଦିବା ୧୦ ଘଣ୍ଟା ସମୟରେ ବ୍ଲକ ସ୍ତରୀୟ କୁଷ୍ଠରୋଗ ଚିହ୍ନଟ ଅଭିଯାନ ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ତାଲିମ ଶିବିରରେ ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା. ଶିବାଶିଷ ସ୍ୱାଇ ଯୋଗଦେଇ ୨୦୨୭ ସୁଦ୍ଧା କୃଷ୍ଠ ମୁକ୍ତ ଭାରତ ଲକ୍ଷ୍ୟ ସାଧନ ପାଇଁ ସରକାରଙ୍କ ଦ୍ୱାରା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସୁଚନା ପ୍ରଦାନ କରିବା ସହ ଏହି କାର୍ଯ୍ୟକ୍ରମ ଡିସେମ୍ବର ମାସ ୧ତାରିଖ ଠାରୁ ଡିସେମ୍ବର ମାସ ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତ ଆଶାକର୍ମୀ ଗ୍ରାମର ଘର ଘର ବୁଲି ରୋଗ ଚିହ୍ନଟ କରିବେ ବୋଲି କହିଥିଲେ। ଏହି ତାଲିମ ଶିବିରରେ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡିଆ ତାଲିମ ଶିବିରରେ ଉପସ୍ଥିତ ଥିବା ଆଶାକର୍ମୀ, ଏଫ.ଏଲ.ଡବ୍ଲୁ, ସ୍ଵାସ୍ଥ୍ୟ କର୍ମୀ ଓ ସୁପର ଭାଇଜର ମାନଙ୍କୁ ତାଲିମ ପ୍ରଦାନ କରିବା ସହ ସରକାରଙ୍କ ତରଫରୁ ଦଶ ହଜାର ଜନସଂଖ୍ୟାରେ ଏକରୁ କମ୍ ରୋଗୀ ରହିବା ପାଇଁ ଧାର୍ଯ୍ୟ ରଖାଯାଇଛି ତଥା ଲୁକାୟିତ ଅବସ୍ଥାରେ ଥିବା କୁଷ୍ଠ ରୋଗୀଙ୍କୁ ଚିହ୍ନଟ ଏବଂ ଯଥା ସମ୍ଭବ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରାଗଲେ କୁଷ୍ଠରୋଗ ଜନିତ ହେଉଥିବା ଅସୁବିଧାକୁ ସହଜରେ ଏଡାଇ ଦିଆଯାଇପାରିବ ଓ ସାମାଜିକ ପାତରଅନ୍ତରକୁ ଦୂର କରିବା ନିମନ୍ତେ ସହାୟକ ହେବା ସହ ସରକାରଙ୍କ ଲକ୍ଷ୍ୟ ପୁରଣ ହୋଇ ପାରିବ ବୋଲି କହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.