ଆମର ସଂକଳ୍ପ, ବିକଶିତ ଭାରତ ରଥକୁ ସ୍ଵାଗତ କଲେ ପଣ୍ଡିଗାଁ ଗ୍ରାମ ପଞ୍ଚାୟତବାସୀ

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନି): ଆଜି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ଗ୍ରାମ ପଞ୍ଚାୟତ ଠାରେ ଆମର ସଂକଳ୍ପ, ବିକଶିତ ଭାରତ ରଥ ପହଞ୍ଚି ଥିଲା। ପଣ୍ଡିଗାଁ ସରପଞ୍ଚ କବିତା ଜେନ୍ ଏହି ରଥକୁ ସ୍ଵାଗତ ଜଣାଇଥିଲେ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ଭିଡ଼ିଓ ମାଧ୍ୟମରେ ଉପସ୍ଥିତ ଲୋକଙ୍କୁ ଦେଖାଯାଇଥିଲା। ପରେ କୃଷି ବିଭାଗ, ଉଜ୍ଜଲା ଯୋଜନା, ଡାକଘର, ମନରେଗା ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ଆବାସ ଯୋଜନା ଇତ୍ୟାଦି କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ତ୍ରିଲୋକେଶ୍ୱର କୃଷକ ଉତ୍ପାଦକ କମ୍ପାନୀ କଲମପୁର ତରଫରୁ ଚାଷୀ ମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୀତେନ୍ଦ୍ର କୁମାର, ନାଏକ ସରପଞ୍ଚ ହେମଲତା ନାଏକ, ଜି.ଆଇ.ଏସ ପ୍ରତାପ କୁମାର ପଣ୍ଡା, ନୋଡାଲ ଅଧିକାରୀ ସମୀର ମିଶ୍ର, ବି.ଆର.ସି ମୋତିରାମ ସେଠ, ବି.ପି.ସି ଗୁଣସାଗର ନାଏକ, ବି.ପି.ଏ ଲମ୍ବୋଦର ପଣ୍ଡା, ଭି.ଏ.ଡବ୍ଲୁ ବିମ୍ବାଧର ପୂଝାରୀ, ଯୋଗାଣ ସହାୟକ ରମେଶ ଚନ୍ଦ୍ର ବାଗ, ବିଜୟ ଦେବ ସାହୁ, ସୁଧୀର ରାଉତ, ଶୁଶିଲ କୁମାର ଜେନ, ସମସ୍ତ ବିଭାଗୀୟ ଅଧିକାରୀ, ଗାଁସାଥି(ମେଟ),ସ୍ୱୟଂ ସହାୟିକା ଗୋଷ୍ଠୀ, ସି.ଆର.ପି, ୱାର୍ଡ଼ ମେମ୍ବର ତଥା ଅଞ୍ଚଳର ଜନସାଧାରଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.