ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧୀନସ୍ଥ ତୁଳାପଡା ଗ୍ରାମର ନୀଳମଣି ତ୍ରିପାଠୀଙ୍କ ଦେହାନ୍ତ ଅକ୍ଟୋବର ମାସରେ ହୋଇଥିଲା। ଗତ ତା୫-୧୨-୨୩ରିଖ ଦିନ ତାଙ୍କ ଧର୍ମପତ୍ନୀଙ୍କ ଦେହାନ୍ତ ହେଲା। ସେ ପୁରୋହିତ କାମ କରି ଜୀବିକା ନିର୍ବାହ କରୁଥିଲେ। ଏଭଳି ପରିସ୍ଥିତି ଯେ ଅନ୍ତେଷ୍ଟି କାର୍ଯ୍ୟ ତୁଲାଇବା ମଧ୍ଯ କଷ୍ଟକର ବ୍ୟାପାର। ପୂର୍ବରୁ ଦୁଇ ଜଣଙ୍କ ଦେହ ଅସୁସ୍ଥ ଥିବା କାରଣରୁ ଚିକିତ୍ସିତ ହୋଇ ଅନେକ ଖର୍ଚ୍ଚାନ୍ତ ହୋଇ ସର୍ବସ୍ୱାନ୍ତ ହୋଇ ଯାଇ ଥିବାରୁ ନର୍ଲା ବ୍ଲକ ବ୍ରାହ୍ମଣ ସମାଜ ତରଫରୁ ଆର୍ଥିକ ସହଯୋଗ କରିବା ସଙ୍ଗେ ପରିବାର ପ୍ରତି ସମବେଦନା ଜ୍ଞାପନ ସହ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା। ବ୍ରାହ୍ମଣ ସମାଜ ନର୍ଲା ବ୍ଲକ ତରଫରୁ ସଭାପତି ବଦ୍ରୀ ପ୍ରସାଦ ମିଶ୍ର, ଉପ ସଭାପତି ଦେବ ପ୍ରସାଦ ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ତ୍ରିପାଠୀ, ପର୍ଶୁରାମ ସେନା ସଂଯୋଜକ ସମୀର ଚାନ୍ଦ, ବରିଷ୍ଠ ବ୍ରାହ୍ମଣ ଘନ ଶ୍ୟାମ ତ୍ରିପାଠୀ, ନୀରଦ ତ୍ରିପାଠୀ, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ବାସୁଦେବ ତ୍ରିପାଠୀଙ୍କ ଉପସ୍ଥିତରେ ସ୍ବର୍ଗତ ନୀଳମଣି ଏବଂ କୁମାରୀ ତ୍ରିପାଠୀଙ୍କ ସୁପୁତ୍ର ସୁବାସ ତ୍ରିପାଠୀଙ୍କୁ ସହଯୋଗ ରାଶି ପ୍ରଦାନ କରାଯାଇଛି।





