ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ସଦର ମହକୁମା ସ୍ଥିତ ସରକାରୀ ନେସନାଲ ହାଇସ୍କୁଲ ଠାରେ ଶୁକ୍ରବାର ଜିଲ୍ଲା ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆପଡା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉଦ୍ଘାଟନୀ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଜିଲ୍ଲପାଳ ଭୀମସେନ ଶବର ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ଶାହ, ନେସନାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରମୁଖ ମଂଚାସୀନ ଥିଲେ। ଜିଲ୍ଲାର ୫ ଟି ବ୍ଲକ ରୁ ସର୍ବମୋଟ ୫୦ ଟି ବିଜ୍ଞାନ ପ୍ରକଳ୍ପ ସ୍ଥାନିତ ହୋଇଥିଲା। ସମାଜ ପାଇଁ ବିଜ୍ଞାନ ଓ ବୈଷଇକଶିକ୍ଷା ଥିମକୁ ନେଇ ଏହି ଜିଲ୍ଲା ସ୍ତରୀୟ ବାଳବାଜ୍ଞାନିକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ବିଦ୍ୟାଳୟରୁ ବିଜ୍ଞାନ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ। ସମୁଦାୟ ୫୦ ଟି ପ୍ରକଳ୍ପରୁ ୫ ଟି ପ୍ରକଳ୍ପ ରାଜ୍ୟ ସ୍ତର ପାଇଁ ଚୟନିତ ହୋଇଥିଲା। ନୀଲଜି ହାଇସ୍କୁଲର ପ୍ରମୋଦିନୀ ସା, ସୁନାପୁର ଗାଁର ସୁମନ୍ତ ମାଝୀ, ରାଜା ଆତ୍ର ତ୍ରାଣ ହାଇସ୍କୁଲର ନିଶାଙ୍କ ବାଗ, ବଡ଼ଦୋହେଲ ପି ୟୁ ପି ର ବିକାଶ ପଟେଲ, ଓ ଏ ଭି ନେଗୀପାଲିର ଏଶ୍ୱରୀୟା ପାଣ୍ଡେ ଙ୍କ ପ୍ରକଳ୍ପ ଆସନ୍ତା ୨୦ ତାରିଖରେ ମୟୁରଭଞ୍ଜ ଠାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବେ। ଶିକ୍ଷକ ସୁରେଶ୍ୱର ଦାଶ ଏହି ପ୍ରଦର୍ଶନୀରେ ବିଚାରକର ଦାଇତ୍ୱ ତୁଲାଇ ଥିଲେ। ଅପରାହ୍ନରେ ବାଳବୈଜ୍ଞାନିକ ପ୍ରଦର୍ଶନୀ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଉଦଯାପନୀ ସଭାରେ ଉପ ଜିଲ୍ଲପାଳ ସୁବାଷ ଚନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଚନ୍ଦ୍ରଶେଖର ଚନ୍ଦ୍ରକାର ମୁଖ୍ୟବକ୍ତା ଭାବେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମର ଦ୍ଵିତୀୟ ଭାଗ ରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ଶକର୍ଷଣ ପୁରୋହିତ ପରିଚାଳନା କରିଥିଲେ। ଗତବର୍ଷ (ଏ) ଗ୍ରେଡ଼ରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ୫ ଟି ବ୍ଲକରୁ ଆସିଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଶିକ୍ଷକ ସୁଶାନ୍ତ କୁମାର ଯୋଶୀ ଓ ଫାଲ୍ଗୁନୀ ସାହୁ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ରାଧେଶ୍ୟାମ ସାହା, ପ୍ରଦୀପ ଭୋଇ, ଖୁଳେଶ୍ୱର ସାହୁ, ସନ୍ତୋଷ ପାଣ୍ଡେ, ଚନ୍ଦ୍ର କୁମାର ସାହୁ, ବିଜ୍ଞାନ ଲେଙ୍କା, ପ୍ରଶାନ୍ତ ନାଥ, ପ୍ରଦୀପ୍ତ ରଥ, ମଧୁସୂଦନ ସାହୁ, ସାନ ପ୍ରଧାନ, ବିନୋଦ ପାଢ଼ୀ, ପ୍ରବୋଧ ହୋତା, ଅଶ୍ୱିନୀ ଭୋଇ, ନିହାର ସାମଲ, କସ୍ତୁବ ସା, ଶ୍ୟାମଲାଲ ପ୍ରଧାନ,‌ଉମେଶ ସାହୁ, ମହତାବ ଆଡ଼ଜୁଆ ପ୍ରମୁଖ ଉପସ୍ଥିତ ଥିଲେ। ସରକାରୀ ନେସନାଲ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଷ୍ଟାଫ ଏଥିରେ ବିଶେଷ ଭାବେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.