ନର୍ଲାରେ ମିଲେଟ ଶସ୍ୟର ଅମଳ ଉତ୍ସବ ପାଳିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଡଙ୍ଗର ମାଲ ଗ୍ରାମରେ ଓଡିଶା ମିଲେଟ ମିଶନ ପ୍ରକଳ୍ପର କାର୍ଯ୍ୟକାରିଣ ସଂସ୍ଥା ସହଭାଗି ବିକାଶ ଅଭିଯାନ ବାଲିପଡା, ନର୍ଲା ଆନୁକୂଲ୍ୟରେ  କ୍ଷୁଦ୍ର ଶସ୍ୟର ଅମଲ ଉତ୍ସବ ପାଳନ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି ଯୋଗଦାନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ନର୍ଲା  ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ର ,କଳାହାଣ୍ଡି ଜିଲ୍ଲା ସଂଯୋଜକ ଜିତୁ ନାୟକ, ଜିଲ୍ଲା ସହ ସଂଯୋଜକ ସୋମ୍ୟରଞ୍ଜନ ମିଶ୍ର ଓ  ଅଞ୍ଚଳ ଦାୟିତ୍ୱରେ ଥିବା କୃଷି କର୍ମୀ ନାମିତା ରଣା ପ୍ରମୁଖ ଉପସ୍ଥିତ ଥିଲେ। ସହଭାଗି ବିକାଶ ଅଭିଯାନ ବାଲିପଡା, ନର୍ଲା ଦ୍ଵାରା ପରିଚାଳିତ ମିଲେଟ ମିଶନ ପ୍ରକଳ୍ପର ସଂଯୋଜକ  ସୁକାନ୍ତ କୁମାର ଚାନ୍ଦ କର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ  ଥବିର ସାହୁ ଏବଂ କ୍ଷେତ୍ର କର୍ମୀମାନେ  ଉପସ୍ଥିତ  ହୋଇ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ନର୍ଲା  ଅଞ୍ଚଳର ପଖାପାଖି  ୨୧୦ ଜଣ ଲୋକଙ୍କୁ ନେଇ ଏହି ଅମଳ ଉତ୍ସଵ ପାଳନ କରାଯାଇଥିଲା। ମିଲେଟ ମିଶନ ପ୍ରକଳ୍ପ ସଂଯୋଜକ ଶ୍ରୀ ଚାନ୍ଦ ସମସ୍ତଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଓ ମଞ୍ଚ ପରିଚାଳନା କରିଥିଲେ । ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ତାଙ୍କ ଅଭିଭାଷଣ ରେ ମିଲେଟ ଉତ୍ପାଦନ ର ବୃଦ୍ଧି ସହିତ ସମସ୍ତଙ୍କ ଖାଦ୍ୟ ଥାଳିରେ  ମିଲେଟ ଖାଦ୍ୟ ସାମିଲ କରିବା ପାଇଁ କହିଥିଲେ। ମିଲେଟ ମିଶନ ପ୍ରକଳ୍ପର ଜିଲ୍ଲା ସଂଯୋଜକ ଜିତୁ ନାୟକ ମିଲେଟ ପ୍ରକଳ୍ପ ର ଲକ୍ଷ୍ୟ, ଉଦେଶ୍ୟ ବିଷୟ ଅବଗତ କରିଥିଲେ। ବ୍ଳକ କୃଷି ଅଧିକାରୀ ରଜତ କୁମାର ମିଶ୍ର ମିଲେଟ ଚାଷ ଓ ରୋଗ ପୋକ ନିୟନ୍ତ୍ରଣ ସହିତ କୃଷି ବିଭାଗର କେତେକ ଯୋଜନା ବିଷୟରେ ସୂଚନା ପ୍ରଦାନ କରିଥିଲେ, ଅମଳ ଉତ୍ସଵ ପାଳନ ଅବସରରେ ନର୍ଲା ବ୍ଲକ ଅଞ୍ଚଳର ତିନି ଜଣ ଅଗ୍ରଣୀ ଚାଷୀ  ବଲବସପୁର ଗ୍ରାମର ରଜନୀ ସା, ଗୁମାପଦର୍ ଗ୍ରାମର ଗୁଣନିଧି ହାତୀ ଓ ପଲମ  ଗ୍ରାମର ସୁରଥ ଭୋଇ ପ୍ରମୁଖଙ୍କୁ
ମାନପତ୍ର, ଟ୍ରଫି ସହିତ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ବ୍ଲକ ସଂଯୋଜକ ଚାନ୍ଦ ମିଲେଟ ଶକ୍ତି ଓ ମିଶନ ଶକ୍ତି ର ସମନ୍ୱୟ ରେ ମିଲେଟ ଶସ୍ଯର ଉତ୍ପାଦନ ବୃଦ୍ଧି, ମିଲେଟ ପକ୍ରିୟାକରଣ ବ୍ୟାପକ ବ୍ୟବସ୍ଥା  ବଜାର ଉପରେ  ଆଲୋଚନା କରିଥିଲେ। ଶେଷରେ ଶ୍ରୀ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.