ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନି): କଳାହାଣ୍ଡି ଜିଲ୍ଲା କଲମପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ବରଗାଁ କ୍ଳଷ୍ଟରର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଇଚ୍ଛାପୁର ଏଫଏଲ୍ଏନ ଆଦର୍ଶ ବିଦ୍ୟାଳୟଠାରେ ତିନିଦିନିଆ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ଏଲ୍ଏନ୍) ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟ କର୍ମଶାଳା ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କଳାହାଣ୍ଡିର ଶିକ୍ଷକ ପ୍ରଶିକ୍ଷକ ରାଜେଶ କୁମାର ଭୋଇ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଅଚ୍ୟୁତାନନ୍ଦ ମଲ୍ଲିକ, ବରଗାଁ ନୋଡାଲ ସିଆରସିସି ମୋନୋଜ ମେହେର, ସାଧନକର୍ମୀ ଇଚ୍ଛାପୁର ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁଭେନ୍ଦୁ ପଣ୍ଡା, କଲମପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରୁ ଯୋଗଦାନ କରିଥିବା ୨୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଶାଳା ଉପରେ ନିଜସ୍ୱ ମତାମତ ଉପସ୍ଥାପନ କରିଥିଲେ। ଏଫ୍ଏଲ୍ଏନ ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀଗୁଡିକର ଦଳଗତ ଉପସ୍ଥାପନା ଶିକ୍ଷକ ପ୍ରଶିକ୍ଷକ ରାଜେଶ କୁମାର ଭୋଇଙ୍କ ଦ୍ଵାରା କରାଯାଇଥିଲା। ଶେଷରେ ସୁଶୀଲ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।