ପୋଖରୀବନ୍ଧ ଠାରେ ଧନୁଯାତ୍ରା ମହୋତ୍ସବ ଉଦଘାଟିତ: ଆରମ୍ଭ ହେଲା ମହାରାଜ କଂସଙ୍କ ରାଜୁତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ଠାରେ ପ୍ରଥମ ବର୍ଷ ଧନୁଯାତ୍ରା ମହୋତ୍ସବର ଉଦଘାଟିତ ହୋଇଯାଇଛି। ପ୍ରାୟ ୭ ଦିନ ପଯ୍ୟନ୍ତ ଚାଲିବ କଂସ ମହାରାଜଙ୍କ ରାଜୁତି। ପ୍ରଥମ ରଜନୀରେ ରାଜକୀୟ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ମୂଖ୍ୟ ବକ୍ତା ଭାବେ ଲାଞ୍ଜିଗଡରୋଡ଼ ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ଦୀପକ କୁମାର ମହାପାତ୍ର, ପୋଖରୀବନ୍ଦ ସରପଞ୍ଚ ସସ୍ମିତା ମାଝୀ, ପିଇଡବ୍ଲୁ ମିଡ଼ିଆ ଏସେସିଏସନ ସଭାପତି ନିଲେଶ କୁମାର ନାଗ, ଉପଦେଷ୍ଟା ସନ୍ତୋଷ କୁମାର ତୁଳ, ସମାଜସେବୀ ନୀରଞ୍ଜନ ପାତ୍ର, ଯୁବ ସମାଜସେବୀ ଗୋବିନ୍ଦ ପ୍ରଧାନୀ, ଧନୁଯାତ୍ରା ମହୋତ୍ସବର କାର୍ଯକାରୀ ସଭାପତି ସନାତନ ବିଶି, ଉପସଭାପତି ପବିତ୍ର ବିଭାର ପ୍ରମୁଖ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ ଓ ଫିତା କାଟି ଉଦଘାଟନ କରିଥିଲେ। ଧନୁଯାତ୍ରା ମହୋତ୍ସବ କମିଟି ସଭାପତି ରମେଶଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ମାନେ ମଥୁରା ନଗରୀର ଉନ୍ନତି ସଂପର୍କରେ ସୂଚନା ଦେଇଥିଲେ। ଏଥିରେ ଗୋପାଳ ଦାସ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ। ତେବେ ପ୍ରଥମ ଦିବସରେ ଦେବକୀ ବସୁଦେବଙ୍କ ବିବାହ, ଦୈବିବାଣୀ, ଉଗ୍ରସେନ ମହାରାଜାଙ୍କୁ ଗାଦିଚ୍ୟୁତ କରି ଯୁବ ରାଜା କଂସଙ୍କ ସିଂହାସନ ଆରୋହଣ, ଦେବକୀ ବସୁଦେବଙ୍କୁ ମହାରାଜା କଂସଙ୍କ ଦ୍ଵାରା କାରାଗାର ପ୍ରେରଣ ଆଦି ଦୃଶ୍ୟ ଅଭିନିତ ହୋଇଥିଲା। ଆଜି ଉଦଘାଟିନି ଦିବସ ତଥା ମହୋତ୍ସବର ପ୍ରଥମ ଜୟନ୍ତୀ ଅବସରରେ ଏକ ବାର୍ଣ୍ଣାଢ୍ୟ ଶୋଭାଯାତ୍ରା ପୋଖରୀବନ୍ଧ ଗାଁ ପରିକ୍ରମା କରି ବାହାରି ରାଜ ଦରବାର ପର୍ଯ୍ୟନ୍ତ ଆସିବା ପରେ ଉଦଘାଟିନି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲ୍ଲା ତଥା ପଡୋଶୀ ଜିଲ୍ଲାର ଦର୍ଶକଙ୍କ ବେସ୍ ସମାଗମ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.