ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର  ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି।ଉଦଘାଟନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଉତ୍କଳ ଗ୍ରାମୀଣ ବ୍ଯାଙ୍କ ମ.ରାମପୁରର ଶାଖା ପରିଚାଳକ ପଙ୍କଜ କୁମାର ରାୟ ଯୋଗଦେଇ ଶାରୀରିକ ଶିକ୍ଷାର ଉପଯୋଗିତା ସମ୍ବନ୍ଧରେ ମାର୍ଗଦର୍ଶନ ଦେଇଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ମ.ରାମପୁର ଥାନା ଅଧିକାରୀ ସୁଦର୍ଶନ ନାୟକ ଏବଂ ସମ୍ମାନିତ ଅତିଥି ଭାବେ ସହକାରୀ କାର୍ଯ୍ଯନିର୍ବାହୀ ଯନ୍ତ୍ରୀ ବଲବୀନ୍ଦର ସିଂ ଯାଦବ ଯୋଗ ଦେଇ ଶିଶୁମାନଙ୍କୁ କ୍ରୀଡାର ଆବଶ୍ୟକତା, ସ୍ବାସ୍ଥ୍ୟର ଯତ୍ନ ଆଦି ସମ୍ବନ୍ଧରେ ବକ୍ତବ୍ଯ ପ୍ରଦାନ କରିଥିଲେ। ସଭାପତି ଅଶ୍ବିନୀ କୁମାର ପଣ୍ଡା ସମାବେଶର ଅଧ୍ୟକ୍ଷତା କରିଥିଲେ। ପ୍ରଧାନାଚାର୍ଯ୍ଯ କିଶୋର ଚନ୍ଦ୍ର ତ୍ରିପାଠୀ ଅତିଥି ପରିଚୟ ଓ ସଂପାଦକ ରଜନୀକାନ୍ତ ମହାଖୁଡ ଧନ୍ଯବାଦ ଅର୍ପଣ କରିଥିଲେ। ପ୍ରାରମ୍ଭ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶିଶୁମାନେ ପିରାମିଡ, ଅଗ୍ନି ବଳୟ, ବ୍ଯାୟାମ ଯୋଗ, ଡମ୍ବରୁଯୋଗ, ଯୋଗାସନ, ସମତା ଆଦି ପ୍ରଦର୍ଶନ କରିଥିଲେ। ସମସ୍ତ ଗୁରୁଜୀ/ଗୁରୁମା କ୍ରୀଡା ଓ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.