ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ: ବ୍ରହ୍ମପୁତ୍ର ଛାତ୍ରାବାସର କମାଲ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା ନୂଆ-ଓ କାର୍ଯ୍ୟକ୍ରମ ଦୀର୍ଘ କୋଡିଏ ଦିନ ବ୍ୟାପି ପାଳନ ହୋଇଥିଲା। ଏଥିରେ ଅନୁଷ୍ଠିତ ହୋଇଥିବା ସାମାଜିକ, ସାଂସ୍କୃତିକ ଏବଂ କ୍ରୀଡ଼ା ବିଭାଗରେ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ତନ୍ମଧ୍ୟରୁ ମହାବିଦ୍ୟାଳୟରେ ଥିବା ବ୍ରହ୍ମପୁତ୍ର ଛାତ୍ରାବାସର ଅନେକ ଛାତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇ ସଫଳତା ହାସଲ କରିଥିଲେ। ଛାତ୍ରାବାସର ମୁଖ୍ୟ ପରିଚାଳକ ଡ଼. ଶୁଭ୍ରାଂଶିଷ ବାରିକ ଏବଂ ସହ ପରିଚାଳକ ଅଧ୍ୟାପକ ରମାକାନ୍ତ ସିଂହ ସାହାଣୀଙ୍କ ତତ୍ୱାବଧାନରେ ଛାତ୍ରାବାସର ସାଧାରଣ ସମ୍ପାଦକ ରୋଶନ ବଘେଲଙ୍କ ସହଯୋଗରେ ଅନେକ ଛାତ୍ର ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମର ଏକକ ନୃତ୍ୟ ପ୍ରତିଯୋଗିତାରେ ଯୁକ୍ତ ତିନି ଛାତ୍ର ମଧୁର ଦୀପ ପ୍ରଥମ, ଫେସନ ସୋରେ ଦ୍ୱିତୀୟ, ଚିତ୍ରାଙ୍କନରେ ଦ୍ୱିତୀୟ ସ୍ଥାନ, ସନୋଜ ନାଗ ଫେସନ ସୋରେ ପ୍ରଥମ, ଚିତ୍ରାଙ୍କନରେ ପ୍ରଥମ, ଉତ୍ତମ ଅଭିନେତା ଭାବରେ ପ୍ରଥମ ସ୍ଥାନ ଚିତ୍ତରଞ୍ଜନ ଶବର, ଉତ୍ତମ ହାସ୍ୟ ଅଭିନେତା ଭାବରେ ପ୍ରଥମ ଏବଂ ଚିତ୍ରାଙ୍କନରେ ଦ୍ୱିତୀୟ ସ୍ଥାନ ହିତେଶ ନାଗ ନେଇଥିବାବେଳେ ସାନ୍ତ୍ୱନା ମୂଳକ ପୁରସ୍କାର ସଂଗୀତରେ ଏବଂ ବକ୍ତୃତା ପ୍ରଥମ ସ୍ଥାନରେ ସୁବାଷ ବାଗ ପାଇଥିଲେ। ଏହା ସହିତ ଦଳଗତ ନୃତ୍ୟରେ ପ୍ରଥମ, ନାଟକ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ଯୁକ୍ତ ଦୁଇରେ ଫେସନ ସୋ ରେ ପ୍ରଥମ ସ୍ଥାନ ଏବଂ ଉତ୍ତମ ଅଭିନେତା ଭାବରେ ମାନସ ଦୀପ, ତୃତୀୟ ସ୍ଥାନ ସହିତ ଉତ୍ତମ ନିର୍ଦ୍ଦେଶକ ଭାବରେ ଅମିତ ମେହେର ପାଇଥିଲେ। ଯୁକ୍ତ ଦୁଇ ଛାତ୍ରମାନେ ନାଟକରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଠିକ ସେଇଭଳି କ୍ରୀଡାରେ ଶହେ ମିଟର ଦୌଡରେ ପ୍ରଥମ ଏବଂ ଦୁଇଶହ ମିଟର ଦୌଡରେ ପ୍ରଥମ ସ୍ଥାନ ଏବଂ ଜାବଲିନ ଥ୍ରୋରେ ପ୍ରଥମ ସ୍ଥାନ ଯୁକ୍ତ ତିନି ଛାତ୍ର ବିକାଶ ବଚ୍ଛା ଅଧିକାର କରିଥିଲେ। କ୍ୟାରମରେ ଥବିର ଶବର ଏବଂ ବିମଳ ପତ୍ର ପ୍ରଥମ ଏବଂ ମଧୁର ଦୀପ, ସୁମିତ ବାଗ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଯୁକ୍ତଦୁଇ ଛାତ୍ର ଜାବଲିନ ଥ୍ରୋରେ ହରିହର ମାଝୀ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ। ଲମ୍ବଡ଼ିଆରେ ସୌରଭ ଛୁରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହା ସହିତ ଯୁକ୍ତ ତିନି ରୋଶନ ବଘେଲ, ହିତେଶ ନାଗ ମଧୁର ଦୀପ, ମାନସ ସାଗର ସୁମିତ ବାଗ, ଚିତ୍ତରଞ୍ଜନ ଶବର ସନୋଜ ନାଗ, ଥବିର ଶବର, ସୁବାଷ ବାଗ, ବିମଳ ପାତ୍ର ଗିରିରାଜ ଜଗତ, ସୌରଭ ଛୁରା, ଯୁକ୍ତ ଦୁଇରେ ଅମିତ ମେହେର, ମାନସ ଦୀପ, ରାହୁଲ ନାଗ, ହରିହର ମାଝୀ, ଓମ ଲୁହା, ଯୁବରାଜ ବାଗ, ଚୂଡ଼ାମଣି ତାଣ୍ଡି, ଧର୍ମରାଜ ବନଛୋର, ସୁବ୍ରତ ସା, ଗିରିରାଜ ଜଗତ, ପ୍ରମୁଖ ନାଟକରେ ଅଂଶଗ୍ରହଣ କରିଥିଲେ। ସୂଚନା ଥାଉକି ଏହିଭଳି ସଫଳତା ଛାତ୍ରାବାସରେ ଆଗରୁ ଦେଖାଯାଇନଥିବା କଥା ଏକାଧିକ କର୍ମଚାରୀ ମତ ପ୍ରକାଶ କରିବା ସହ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.