ତୁର୍ଲାଖମନ ମଣ୍ଡି ପରିଦର୍ଶନ କଲେ ଡବ୍ଲୁଓଡ଼ିସି ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକର ତୁର୍ଲାଖମନର ଧାନ ମଣ୍ଡି ପରିଦର୍ଶନ କରି ସ୍ଥାନୀୟ ଚାଷୀମାନଙ୍କ ସହ ଆଲୋଚନା କରି ତାଙ୍କ ସମସ୍ୟା ଶୁଣିଥିଲେ ଡବ୍ଲୁଓଡ଼ିସିର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର। ଟୋକନ ପାଇ ମଣ୍ଡିକୁ ଧାନ ଆଣିଥିବା ଚାଷୀଙ୍କ ଧାନ ଦୁଇଦିନ ଧରି ପଡି ରହିଥିବା କାରଣରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ମଣ୍ଡି ଗୁଡ଼ିକରେ ଶହ ଶହ କ୍ଵିଣ୍ଟାଲ ଧାନ ଉଠି ନପାରି ପଡି ରହିଛି। ମିଲର୍ସ ଧାନ ଉଠାଇବାରେ ଅବହେଳା କରୁଥିବାରୁ ଚାଷୀଙ୍କ ସମ୍ମୁଖରେ ମଣ୍ଡି ସହ ସଂପୃକ୍ତ ସମସ୍ତ ମିଲରଙ୍କ ସହ ଫୋନ ଯୋଗେ କଥା ହୋଇ ଶିଘ୍ର ଧାନ ଉଠାଣ ପାଇଁ ଆଲୋଚନା କରିଥିଲେ ଶ୍ରୀ ଠାକୁର। ଏହା ସହିତ ସ୍ଥାନୀୟ ଯୁବକ ମାନଙ୍କ ସହ ଖେଳ ପଡିଆର ଉନ୍ନତି ପାଇଁ ସେ ଆଲୋଚନା କରିଥିଲେ। ଶ୍ରୀ ଠାକୁରଙ୍କ ଏତାଦୃଶା ଚାଷୀ ଓ ଯୁବ ସହଯୋଗୀ ମନୋଭାବ ଓ ରାଜ୍ୟ ସରକାରଂକ ପାଇଁ ନେତୃତ୍ବ ନେଇ କାମ କରିବା ମନୋଭାବକୁ ବେଶ ପ୍ରଶଂସା କରିଛନ୍ତି ଓ ଧନ୍ୟବାଦ ଦେଇଛନ୍ତି ସ୍ଥାନୀୟ ଜନ ସାଧାରଣ। ମାନ୍ୟବର ମୁଖ୍ୟନ୍ତ୍ରୀଙ୍କ ଆଦର୍ଶରେ ଅନୁ୍ପ୍ରାଣିତ ହୋଇ ଲୋକଙ୍କ ସେବା କରିବା ମୋର ଏକମାତ୍ର ଲକ୍ଷ୍ୟ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଡବ୍ଲୁଓଡ଼ିସିର ବିଶେଷଜ୍ଞ ସଦସ୍ୟ ଶ୍ରୀ ଠାକୁର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.