ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ନୂଆ-ଓ ଖେଳ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷା ମନ୍ଦାକିନୀ ସିଂହ ଦେଓ ଯୋଗ ଦେଇ ଥିବା ବେଳେ ବିଡ଼ିଓ ସବ୍ୟସାଚୀ ବେହେରା ସଭାପତିତ୍ବ କରିଥିଲେ। ଏହି ପ୍ରତିଯୋଗିତାରେ ବ୍ଲକ ଅଧୀନ ୧୯ ଗୋଟି ପଞ୍ଚାୟତରୁ ବିଭିନ୍ନ ଦଳ ଭାଗ ନେଇଥିଲେ। ଏଥିରେ କ୍ରିକେଟ୍, ଫୁଟବଲ (ପୁରୁଷ ଓ ମହିଳା), ଭଲିବଲ, କବାଡି (ପୁରୁଷ ଓ ମହିଳା), ଖୋ ଖୋ (ପୁରୁଷ ଓ ମହିଳା) ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଥିଲା। ଶେଷରେ ବିଜୟୀ ଦଳକୁ କପ ସହ ୨୦ ହଜାର ଟଙ୍କା, ପରାଜିତ ଦଳକୁ କପ ସହ ୧୫ ହଜାର ଟଙ୍କା ଏବଂ ରନର୍ସ -୧ ଦଳକୁ ୧୦ ହଜାର ଟଙ୍କା ଓ ରନର୍ସ -୨ ଦଳକୁ ୧୦ ହଜାର ଟଙ୍କା ଦେଇ ପୁରସ୍କୃତ କରଯାଇଥିଲା। ଯୁବ ଓଡ଼ିଶା ନବୀନ ଓଡ଼ିଶାର ସଭାପତି ସତ୍ୟ ନାରାୟଣ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ପଧାନ, ଏଇଇ ବଲ୍ ବିନ୍ଦର ସିଂ ଯାଦବ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ନାଏକ, ଯୋଗାଣ ଅଧିକାରୀ ଶାନ୍ତାକାର ପଧାନ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କୁଳ ମଣି ସିଂ ରାୟ, ସମାଜସେବୀ ଗୋବିନ୍ଦ ଶତପଥୀ, ବିକାଶ ରଞ୍ଜନ ସିଂହ ଦେଓ, ରାକେଶ ଶତପଥି, ଭବାନୀ ସାହୁ, ରଶ୍ମି ରଂଜନ ପ୍ରହରାଜ,ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକମାନେ ଖେଳ ପରିଚାଳନା କରିଥିଲେ।