ନୂଆପଡା ଜିଲ୍ଲାରେ ବିଜେପିର ୮ ଘଣ୍ଟିଆ ବନ୍ଦ ପାଳନ

ଧାନ ସଂଗ୍ରହ ଦୁର୍ନୀତିର ସିବିଆଇ ତଦନ୍ତ ଦାବୀ କଲା ବିଜେପି 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲାରେ ବିଜେପି ପକ୍ଷରୁ ଆଜି ୮ ଘଣ୍ଟିଆ ବନ୍ଦ ପାଳନ ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ପାଢ଼ୀ, ଯଦୁମଣି ପାଣିଗ୍ରାହୀ, ହୋମ ସିଂ ମାଝୀ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା, ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସଦାନନ୍ଦ ଯୋଶୀ, ବରିଷ୍ଠ ନେତା ସୁଶାନ୍ତ ପତି, ମୁରଲୀ ସୁନା, ବିଜୟ ଚନ୍ଦ୍ରପାଳ, ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ଜିଲ୍ଲାରେ ଖରିଫ ଓ ରବି ଧାନ ସଂଗ୍ରହ ଦୁର୍ନୀତିର ସି ବି ଆଇ ତଦନ୍ତ ହେଉ ବୋଲି ବିଜେପି ଦାବୀ କରିଛି। ଏଥି ସହିତ ରାଜ୍ୟ ସରକାରଙ୍କ ଚାଷ ଓ ଚାଷୀ ମାରଣାନୀତି, ଶୋଷଣ ଓ ଭକ୍ଷଣ ବିରୋଧରେ ଜାନୁଆରୀ ୫ ସମ୍ପୂର୍ଣ ଜିଲ୍ଲା ବନ୍ଦର ଡାକରା ଦେଇଥିଲେ। ଜିଲ୍ଲାରେ ଚାଷୀ ଧାନର ଅଭାବୀ ବିକ୍ରୀର ଶିକାର ହେଉଛନ୍ତି।

ଏହାର ସୁଯୋଗ ମିଲର୍ସ ଓ ବିଭାଗୀୟ ଅଧିକାରୀ ମଣ୍ଡିରେ ମନମୁଖୀ କଟନୀଛଟନୀ କରି ଚାଷୀଙ୍କୁ ଶୋଷଣ କରୁଛନ୍ତି। ଏଥିରେ ଶତାଧିକ କୋଟିର ମହାଦୁର୍ନୀତି ହେଉଛି। ଦଳ ପକ୍ଷରୁ ଏହାର ପ୍ରତିବାଦରେ ପଂଚାୟତ, ଆର ଆଇ ଓ ବ୍ଲକ ଅଫିସ ଘେରାଓ କରିବା ସହିତ ଜିଲ୍ଲପାଳଙ୍କୁ ଅବଗତ କରାଯାଇଥିଲା।

ତେବେ ସରକାର କିମ୍ବା ପ୍ରଶାସନ ଧାନ ଦୁର୍ନୀତି ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଏହି ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସିବିଆଇ ତଦନ୍ତ ହେବା ଆବଶ୍ୟକ। ଏଥିପାଇଁ ଶୁକ୍ରବାର ବିଜେପି ପକ୍ଷରୁ ସମ୍ପୂର୍ଣ ଜିଲ୍ଲା ବନ୍ଦ ଘୋଷଣା କରିବାକୁ ଡାକରା ଦେଇଥିଲେ। ନୂଆପଡା ଜିଲ୍ଲାର ସଦର ମହକୁମା, ଖରିଆର ଏନ.ଏ.ସିରେ ଏନଏସି ଅଧକ୍ଷା ସୋନିଆ ଅଗ୍ରୱାଲ, ଗୋଲଡି ଅଗ୍ରୱାଲଙ୍କ ନେତୃତ୍ୱରେ, କୋମନା ବ୍ଲକର କୁରୁମପୁରୀ ଠାରେ ଜିଲ୍ଲା ସମ୍ପାଦକ ତୁଳସ ପଟେଲଙ୍କ ନେତୃତ୍ୱରେ ତରବୋଡ଼, ଉଦ୍ୟାନବନ୍ଧ, ଖଡ଼ିଆଳ ବ୍ଲକ, ବୋଡେ଼ନ ବ୍ଲକ ଓ ସିନାପାଲି ଠାରେ ଜିଲ୍ଲା ସଭାପତି ସୁବ୍ରତ ଠାକୁରଙ୍କ ନେତୃତ୍ୱରେ ବିଜେପି କର୍ମୀ ରାଜାରାସ୍ତାକୁ ଓଲ୍ହାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସମ୍ପୂର୍ଣ ଭାବେ ଅଖଚକ ଜାମ କରିଦେଇ ଥିଲେ। ଏହାପରେ କର୍ମୀମାନେ ସହରରେ ପିକେଟିଂ କରି ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.