କଳାହାଣ୍ଡି ସଂସ୍କାର ଭାରତୀର ରଙ୍ଗୋଲି ପ୍ରଶିକ୍ଷଣ ଶିବିର

ନର୍ଲା ଚାରିଛକ-ରୁପ୍ରାରୋଡ ରାସ୍ତାରେ ୩୦୦ ମିଟରର ଭବ୍ୟ ରଙ୍ଗୋଲି ପ୍ରଦର୍ଶନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ସଂସ୍କାର ଭାରତୀ ୟୁନିଟ ତରଫରୁ ନର୍ଲା ଅଞ୍ଚଳର ୨୫ ଜଣ ନବାଗତ ସଦସ୍ୟାଙ୍କୁ ରଙ୍ଗୋଲି ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ରବିବାର ପୂର୍ବହ୍ନ ୧୦ ଘଣ୍ଟା ସମୟରେ ଓଡିଶା ପଶ୍ଚିମ ପ୍ରାନ୍ତ ସଂସ୍କାରଭାରତୀ ସମ୍ପାଦକ ହରେକୃଷ୍ଣ ଭୋଇଙ୍କ ନେତୃତ୍ୱରେ ଭବାନୀପାଟଣାର ୧୦ରୁ ଉର୍ଦ୍ଧ୍ବ ବରିଷ୍ଠ ସଦସ୍ୟା ପ୍ରଶିକ୍ଷିକା ଭାବରେ ରଙ୍ଗୋଲି କରି ନବାଗତା ସଦସ୍ୟାଙ୍କୁ ତାଲିମ ପ୍ରଦାନ କରିଛନ୍ତି। ଏହି ତାଲିମ କାର୍ଯ୍ୟକ୍ରମ ନର୍ଲା ଚାରିଛକ ଠାରୁ ରୁପ୍ରାରୋଡ ପିଡବ୍ଲୁଡି (ସ୍ପେସିପିକ ସ୍କୁଲ ସମ୍ମୁଖସ୍ଥ) ରାସ୍ତା ଉପରେ ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧାରିତ ବିଭିନ୍ନ କଳାକୃତି ରଙ୍ଗୋଲି ମାଧ୍ୟମରେ ପ୍ରଦର୍ଶିତ କାରାଯାଇଥିବା ଦେଖିବାକୁ ମିଳିଛି। ମହାମାରୀ କରୋନା ସଂକ୍ରମଣ ସମୟରେ ସଂସ୍କାର ଭାରତୀ ସୁପ୍ତ ହୋଇପଡିଥିଲା। ଏହାକୁ ପୁନଃଜୀବୀତ କରିବା ପାଇଁ ଏହାଏକ ପ୍ରାରମ୍ଭିକ ପଦକ୍ଷେପ ବୋଲି ମତବ୍ୟକ୍ତ କରିଛନ୍ତି ସଂସ୍କାରଭାରତୀ ପାଣିମୁଣ୍ଡା ଶାଖାର ସଦସ୍ୟ ପ୍ରମୋଦ ପରିଡା। ନର୍ଲା ସଂସ୍କାରଭାରତୀର ବରିଷ୍ଠ ସଦସ୍ୟ କ୍ଷୀରୋଦ ଚନ୍ଦ୍ର ପାତ୍ର, ସୁମିତ କୁମାର ଅଗ୍ରୱାଲ, ଅର୍ଚ୍ଚନା ଦାସ, ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ତଥା କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ ନାଏକ ପ୍ରମୁଖ ନବାଗତ ସଦସ୍ୟା ମାନଙ୍କ ଦ୍ୱାରା ପ୍ରଦର୍ଶିତ ରଙ୍ଗୋଲି ଗୁଡିକୁ ପର୍ଯ୍ୟବେକ୍ଷଣ କରିଥିବା ଜଣାପଡିଛି। ହେଲେ ସର୍ଗିଗୁଡା ଓ ନର୍ଲା ଅଞ୍ଚଳରେ ସଂସ୍କାରଭାରତୀର ରଙ୍ଗୋଲି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ସର୍ଗିଗୁଡା, ନର୍ଲା ସଂସ୍କାର ଭାରତୀର ସଦସ୍ୟ/ସଦସ୍ୟା ମାନଙ୍କୁ ଠିକ ଭାବରେ ସୂଚନା ନଦେଇ ଏଭଳି ଏକ କାର୍ଯ୍ୟକ୍ରମ ଗୁପଚୁପ ଭାବରେ ଜିଲ୍ଲା ସଂସ୍କାର ଭାରତୀ ଦ୍ୱାରା କରାଯାଇଥିବା ନେଇ ଅଞ୍ଚଳର ସଂସ୍କାର ଭାରତୀ ସଦସ୍ୟ/ସଦସ୍ୟା ମାନଙ୍କ ମଧ୍ୟରେ ଅସନ୍ତୋଷର ଭାବ ପ୍ରକାଶ ପାଇଥିବା ଜାଣିବାକୁ ମିଳୁଛି। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସବକା ସାଥ ସବକା ବିକାଶ, ସବକା ପ୍ରୟାସ ବୋଲି ନାରା ଦେଉଥିବା ବେଳେ କଳାହାଣ୍ଡି ସଂସ୍କାର ଭାରତୀର ଏତାଦୃଶା ମନୋଭାବକୁ ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.