ସର୍ବ ଭାରତୀୟ ୱାଇଏମସି କପ କ୍ରିକେଟର ଷଷ୍ଠ ଦିବସ : କଟକକୁ ହରାଇ ଫାଇନାଲରେ ଫରେଷ୍ଟ ଭିଲାଇ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିଅମ ଠାରେ ଆଜିରୁ ୩୨ତମ ସର୍ବ ଭାରତୀୟ ୱାଇ.ଏମ.ସି କପ କ୍ରିକେଟ ଟୁର୍ନାମେଣ୍ଟର ଷଷ୍ଠ ଦିବସ ଖେଳ ଅନୁଷ୍ଠିତ ହୋଇଯାଇଛି। ୱାଇ.ଏମ.ସି କ୍ରିକେଟ କପର ଆବାହକ ତଥା ଜିଲ୍ଲା କ୍ରିକେଟ ସଂଙ୍ଘ ସାଧାରଣ ସମ୍ପାଦକ ଭୈରବ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି ସପ୍ତମ ଦିବସ ଖେଳ ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ସମ୍ମାନିତ ଅତିଥି ଭାବେ ଠିକାଦାର ସଂଘ ସଭାପତି କ୍ଷୀରୋଧ ପାଢ଼ୀ, ସମାଜସେବୀ ମହେଶ ନିଆଲ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ କାର୍ତ୍ତିକ ଦୀପ ପ୍ରମୁଖ ଯୋଗଦେଇ ମଞ୍ଚାସିନ ଥିଲେ। ଜିଲ୍ଲା କ୍ରିକେଟ ସଂଘ ସଭାପତି ପ୍ରକାଶ ସାହୁ ଓ ସାମ୍ବାଦିକ ସିମାଞ୍ଚଳ ମହାପାତ୍ର ମଞ୍ଚ ପରିଚାଳନା କରୁଥିଲେ। ସେହିପରି ଜୟକିଶାନ ସୁନାନୀ, ପୁନିତ ରାଉତ ଓ ଅମିତ ହଂସ ଓ ମୁକେଶ ସହିସ ମ୍ୟାଚରେ ଧାରାବିବରଣୀ ପ୍ରଦାନ କରୁଥିବା ବେଳେ ଶୈଲେଶ ଶତପଥୀ ଓ ଆୟୁଷ୍ମାନ ଗୁପ୍ତା ସ୍କୋରର ଦାଇତ୍ୱ ତୁଲାଇ ଥିଲେ। ଅମପେୟାର ଭାବେ ସଞ୍ଜୟ ନାୟକ ଓ ନାରାୟଣ ମେହେରା ଦାଇତ୍ୱ ବହନ କରିଥିଲେ। ତେବେ ମଙ୍ଗଳବାର ଦିନ ସେମିଫାଇନାଲ ମ୍ୟାଚ ଟି ଗ୍ରୁପ(ବି)ର ଫରେଷ୍ଟ ଭିଲାଇ ଓ ରାଇଜିଙ୍ଗ ସ୍ତୁଡେଣ୍ଟ କଟକ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ ଜିତି ପ୍ରଥମେ କଟକ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ୮ ୱଇକେଟ ହରାଇ ମାତ୍ରା ୧୪୧ ରନ ସଂଗ୍ରହ କରିଥିଲା। ଦ୍ଵିତୀୟ ପର୍ଯ୍ୟାୟରେ ଫରେଷ୍ଟ ଭିଲାଇ ଦଳ ମାତ୍ରା ୧୯.୪ ଓଭରରେ ଧାର୍ଯ୍ୟ ୧୪୨ ରନକୁ ପିଛାକରି ନିଜର ୪ ୱଇକେଟ ହରାଇ ୧୪୨ ରନ ସଂଗ୍ରହ କରିନେଇଥିଲା। ପୂର୍ବରୁ ଖୋର୍ଦ୍ଧା ଦଳ ମ୍ୟାଚ ଜିତି ପ୍ରଥମ ଦଳ ଭାବେ ଗୁପ (ଏ) ତରଫରୁ ଫାଇନାଲରେ ପ୍ରବେଶ କରିଛି | ଆଜି ଗ୍ରୁପ (ବି)ରୁ ଫାଇନାଲ ମ୍ୟାଚରେ ଫରେଷ୍ଟ ଭିଲାଇ ପହଁଚିଛି। ଅପରାହ୍ନରେ ପୁରସ୍କାର ବିତରଣୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର, ସିଆଲଟି ସରପଞ୍ଚ କାଳିଆ ପ୍ରଧାନ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ | ଆୟୋଜକ ୱାଇ.ଏମ.ସି ସଭାପତି ଅମରେଶ ଦାସ, ୱାଇ.ଏମ.ସି ସମ୍ପାଦକ ତପନ ବଗର୍ତି, ସଞ୍ଜୟ ପୁରୋହିତ, ସୁରେଶ ସାହୁ, ସଞ୍ଜୟ ପଟ୍ଟନାୟକ, ଅନିଲ ଦାସ, ରାଜେନ୍ଦ୍ର ବଢ଼େଇ, ସନ୍ତୋଷ ସୁପକାର, ବାବି ମହଲା, ରଂଜିତ ସୁନା, ପିଣ୍ଟୁ ଭୋଇ, ଶ୍ରୀରାମ ମିଶ୍ର, ଜିତୁ ହୋତା, ଟିପୁ ଖାନ, ଜନି ହରପାଲ, ମୁକେଶ ସହିସ, ବାଲେଶ୍ୱର ମାଝୀ, ପ୍ରତିକ୍ ପଟ୍ଟନାୟକ ପ୍ରମୁଖ ଆୟୋଜକ ୱାଇ.ଏମ.ସି କ୍ରିକେଟ କପ ଟୁର୍ନାମେଣ୍ଟକୁ ସଫଳ କରିବା ପାଇଁ ମଙ୍ଗ ଧରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.