ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପୁରନ୍ଦର ବାରିକ ସୃତି କମିଟି ବ୍ଲକଛକ ପକ୍ଷରୁ ସ୍ଥାନୀୟ ରୟାଲ ପଡିଆଠାରେ ଆସନ୍ତା ଜାନୁଆରୀ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ନାଟ୍ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଆଜି ହୋଟେଲ ପ୍ରୋଗ୍ରେସ୍ଇନ୍ର ସମ୍ମିଳନୀ କକ୍ଷରେ ପୁରନ୍ଦର ସ୍ମୃତି କମିଟିର ଅଧ୍ୟକ୍ଷ ଅରବିନ୍ଦ ବାରିକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଲଗୋ ଉନ୍ମୋଚନ ସହ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି। ଏହି ୩ ଦିନିଆ ନାଟ୍ ମହୋତ୍ସବରେ ପଶ୍ଚିମ ଓଡ଼ିଶାର ସ୍ଵନାମ ଧନ୍ୟ ନିର୍ଦ୍ଦେଶକଙ୍କ ବଛାବଛା ସର୍ବମୋଟ ୯ ଟି ନାଟକ ପ୍ରଦର୍ଶନ ହେବ। ୧୯ ତାରିଖରେ ନାଟ୍ ମହୋତ୍ସବର ଉଦଘାଟନ ହେବା ସହ ପ୍ରଥମ ନାଟକ ଭବାନୀପାଟଣାର କାରୁଣ୍ଡ କଳାମଞ୍ଚ ଅନୁଷ୍ଠାନର ନାଟ୍ୟକାର ଓ ନିର୍ଦ୍ଦେଶକ ପ୍ରଦୀପ ଡି ମାଝୀଙ୍କ ନାଟକ ‘ଝର୍କା’ ଓ ବରଗଡ ପଦମପୁରର ନାଟ୍ୟ ଅନୁଷ୍ଠାନ ‘ଲୁ ‘ର ନାଟ୍ୟକାର ଜଗନ୍ନାଥ ସେଠ୍ (ଏନ୍ଏସ୍ ଡିଆନ୍), ୨୦ତାରିଖରେ ଝାରସୁଗୁଡା ବେଲପାହାଡ଼ ମିରର୍ ଥିଏଟର ନାଟ୍ୟ ଅନୁଷ୍ଠାନର ନାଟ୍ୟକାର ଓ ନିର୍ଦ୍ଦେଶକ ସୁବାଷ ପ୍ରଧାନଙ୍କ “ପାଚେନ୍ ” ଓ ସୁବର୍ଣ୍ଣପୁର ବଡକର୍ଲେର ନାଟ୍ୟ ଅନୁଷ୍ଠାନ ବୀଣାପାଣି ସାହିତ୍ୟ କଳା ସଂସଦର ନାଟ୍ୟକାର ଓ ନିର୍ଦ୍ଦେଶକ ସୁମନ୍ତ ଭୋଇଙ୍କ “ଟୁକୁ” ଓ ୨୧ ତାରିଖରେ ନୂଆପଡା ବୋଡେନର ନାଟ୍ୟ ଅନୁଷ୍ଠାନ ଜ୍ଞାନୋଦୟ କେରାପଦର ର ନାଟ୍ୟକାର କେଶ ରଞ୍ଜନ ପ୍ରଧାନ ଓ ନିର୍ଦ୍ଦେଶକ ରବି ଶଙ୍କର ପ୍ରଧାନ ଙ୍କ ନାଟ୍ “ମଧୁବିଦ୍ୟା” ସମ୍ବଲପୁରର ଶ୍ରୀ କଲଚରାଲ ଏସୋସିଏସନ୍ ନାଟ୍ୟ ଅନୁଷ୍ଠାନର ନାଟ୍ୟକାର ଓ ନିର୍ଦ୍ଦେଶକ ସତ୍ୟ ରଞ୍ଜନ ବେହେରାଙ୍କ ନାଟ୍ “କେଡା ଳ” ଓ ବରଗଡ ପଦମପୁରର ନାଟ୍ୟ ଅନୁଷ୍ଠାନ ଅବର୍ଣୀଗୁଣ୍ଡାର ନାଟ୍ୟକାର ଅଶୋକ ବହିଦାର ଓ ନିର୍ଦ୍ଦେଶକ ବିଶ୍ରାମ ମେହେରଙ୍କ ନାଟ୍ “ଟିକଟ୍” ପ୍ରଦର୍ଶୀତ ହେବା ପାଇଁ ଚୁଡ଼ାନ୍ତ ହୋଇଥିବା ପୁରନ୍ଦର ସ୍ମୃତି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମ୍ମିଳନୀରେ ସ୍ଵର୍ଗତ ପୁରନ୍ଦର ବାରିକ ଙ୍କ ବଡ଼ପୁଅ ଆନନ୍ଦ ବାରିକ ଓ ମଝିଆ ପୁଅ ସାନନ୍ଦ ବାରିକ ଉଭୟେ ପୁରନ୍ଦର ବାରିକଙ୍କ ପ୍ରତିଭାର ବିଭିନ୍ନ ଅନାଲୋଚିତ ଦିଗ ଉପରେ ବିଷଦ ଆଲୋଚନା କରିବା ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଢୁଲିଆ ମାନଙ୍କୁ ନେଇ ଷୋହଳଭର୍ଣୀ ଉପରେ ଏକ ପ୍ରଦର୍ଶନ କରିବା ଉପରେ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ମୃତି କମିଟିର ସଂପାଦକ ଦିଲ୍ଲୀପ ପାତ୍ର ପରିଚାଳନା କରିଥିବାବେଳେ ଅଶୋକ ଜେନା, ଶରତ ମହାପାତ୍ର, ଦେବାଶିଷ ପଟ୍ଟନାୟକ, ଶିବ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ ଶେଷରେ କୋଷାଧ୍ୟକ୍ଷ ନିଶାନ୍ତ କୁମାର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।