ମା ଲଙ୍କେଶ୍ୱରୀ ଷଷ୍ଠ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ: ମଣ୍ଡଳ ଚାମ୍ପିଅନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଖୁଟୁଲୁଗୁଡା ଠାରେ ଚାଲିଥିବା ଲଙ୍କେଶ୍ୱରୀ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଫାଇନାଲ ଖେଳଟି ମଣ୍ଡଳ ଓ ଖୁଟୁଲୁ ଗୁଡା ଫୁଟବଲ୍ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଣ୍ଡଳ ଟିମ୍ ପେନାଲ୍ଟି କିକରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଛି। ରାଜୁ ଶବର ଖେଳ ପରିଚାଳନା କରିଥିବା ବେଳେ ଲାଇନ୍ସ ମେନ ଭାବେ ରମାକାନ୍ତ ମାଝୀ ଓ ଗଣେଶ ଶବର ଖେଳ ପରିଚାଳନା କରିଥିଲେ। ଖେଳର ଧାରା ବିବରଣୀ ଦୀନବନ୍ଧୁ ବିହାରୀ ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ଈଶାନ କୁମାର ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ମନମୋହନ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଖେଳାଳୀ ମନୋଭାବ ରଖି ସବୁବେଳେ ଖେଳ ପ୍ରଦର୍ଶନ କରିବାକୁ ବକ୍ତବ୍ୟ ରଖିଥିଲେ। ଗୋବିନ୍ଦ ପାନ, ମୋହିତ ବେହେରା, ବିଜୁ ନାଏକ, ପର୍ଶୁରାମ ଭଇଁସାଲ, ତ୍ରିଲୋଚନ ପୁଝାରୀ, ବିଶେଶ୍ୱର ବନ୍ଦୀଛୋଡ, ଦେବବ୍ରତ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଲାଲି ମାନଙ୍କୁ ଉତ୍ସାହିତ କରିଥିଲେ। ପରେ ଉଭୟ ବିଜେତା ମଣ୍ଡଳ ଓ ଉପବିଜେତା ଖୁଟୁଲୁ ଗୁଡା ଦଳକୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ସଭାପତି ଯଶୋବନ୍ତ ପୁଝାରୀ, ସମ୍ପାଦକ ରମେଶ ଦଳପତି, ତପନ ବାଗ, ରିକି ଭଇଁସାଲ ମଣ୍ଟୁ ହାତୀ, ଟିଂକୁ ଭଇଁସାଲ, ଦୁଷ୍ମନ୍ତ ବନ୍ଦୀଛୋଡ, ଗଜାନନ ଦଳପତି ପ୍ରମୁଖ ଉପସ୍ଥିତ ରହି ପରିଚାଲନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.