ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ଅଧ୍ୟାପନା ଶୃଙ୍ଖଳ

ସିଲଭର୍ ଜୁବୁଲି ଲେକ୍ଚର୍ ସିରିଜରେ ୨୫ ଅଧ୍ୟାପକଙ୍କ ଅଧ୍ୟାପନା ସିରିଜ୍ ହେବ ଉପସ୍ଥାପନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକିରମୋହନ ବିଶ୍ୱବିଦ୍ୟାଳୟର ରୌପ୍ୟଜୟନ୍ତୀ ବର୍ଷ ପାଳନ ଅବସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ୨୫ ଟି ଅଧ୍ୟାପକଙ୍କ ଅଧ୍ୟାପନାର ଉପସ୍ଥାପନାକୁ ନେଇ ରୌପ୍ୟଜୟନ୍ତୀ ବକ୍ତୃତା ଶୃଙ୍ଖଳା ଆୟୋଜନ ପାଇଁ ପଦକ୍ଷେପ ନେଇଛନ୍ତି। ଏହି ସିଲଭର ଜୁବୁଲି ଲେକ୍ଚର୍ ସିରିଜର ପ୍ରଥମ ବକ୍ତୃତା ଚଳିତ ମାସ ୨୭ତାରିଖ ବିଶ୍ୱବିଦ୍ୟାଳୟର ବାୟୋ ସାଇନ୍ସ ଏବଂ ବାୟୋଟେକ୍ନୋଲୋଜି ବିଭାଗର ସ୍ନାତକବିଭାଗ ଦ୍ୱାରା ଆୟୋଜିତ ହୋଇଯାଇଛି । ଏଥିରେ ଡକ୍ଟର ଦେବାନନ୍ଦ ପତି, ବର୍ତ୍ତମାନ ଜଣେ ଶିଶୁରୋଗ ବିଭାଗର ପ୍ରଫେସର, ମଲିକୁଲାର୍ ଏବଂ ସେଲୁଲାର୍ ବାୟୋଲୋଜି ବିଭାଗ,ବେଲର୍ କଲେଜ୍ ଅଫ୍ ମେଡିସିନ୍ ର ପ୍ରଫେସର ତଥା ଟେକ୍ସାସ୍ ଶିଶୁ କ୍ୟାନସର ଆଣ୍ଡ ହେମାଟୋଲୋଜି ( ସି. ଟି.ଆର.ଏସ) ହ୍ୟୁଷ୍ଟନ୍ ରେ କାର୍ଯ୍ୟରତ ପ୍ରଫେସର ନିଜର ଅଧ୍ୟାପନାର ଉପସ୍ଥାପନ କରିଥିଲେ । ସେ “କୋହେସିନ୍ ପ୍ରୋଟିଜ୍ ସେପାରେଜ୍: ରୋଲ୍ ଇନ୍ କାର୍ସିନୋଜେନେସିସ ଆଣ୍ଡ ଟାର୍ଗେଟ ଫର୍ ଥେରାପି” ପ୍ରସଙ୍ଗରେ ସେ ନିଜର ବକ୍ତୃତା ପ୍ରଦାନ କରିଥିଲେ। ବାୟୋ ସାଇନ୍ସ ଏବଂ ବାୟୋଟେକ୍ନୋଲୋଜିର ବିଭାଗ ମୁଖ୍ଯ ଡ଼କ୍ଟର ଏଲସା ପଣ୍ଡିତଙ୍କ ଦ୍ୱାରା ସ୍ୱାଗତ ସମ୍ବୋଧନ ସହିତ ଏହି ବୈଠକ ଆରମ୍ଭ ହୋଇଥିଲା। ଡକ୍ଟର ଭାରତ ଭୁସନ ପଟ୍ଟନାୟକ ବକ୍ତାମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଆପ୍ଲାଏଡ୍ ମାଇକ୍ରୋବାୟୋଲୋଜି ବିଭାଗର ଆଡଜଙ୍କ୍ଟ ପ୍ରଫେସର ଅକ୍ଷୟ କୁମାର ବସ୍ତିଆ ଏହି ସମାବେଶକୁ ସମ୍ବୋଧିତ କରି ଛାତ୍ରଛାତ୍ରୀଙ୍କୁ କଥାବାର୍ତ୍ତାର ଗୁରୁତ୍ୱ ବିଷୟରେ ଅବଗତ କରାଇଥିଲେ। ବିଶ୍ବବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ତଥା ଏହି କାର୍ଯ୍ୟକ୍ରମର ସଭାପତି, ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ ଏହି ସମାବେଶକୁ ସମ୍ବୋଧିତ କରିବା ସହ ଛାତ୍ରମାନଙ୍କୁ ସହଯୋଗ ଏବଂ ଆନ୍ତଃ ବିଭାଗୀୟ ଅନୁସନ୍ଧାନ କରିବାକୁ ପରାମର୍ଶ ଦେଇଥିଲେ। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜର ବକ୍ତବ୍ଯରେ ଡକ୍ଟର ପତିଙ୍କୁ ବେଲର କଲେଜ ଅଫ୍ ମେଡିସିନ୍ ସହ ସହଯୋଗ ପାଇଁ ପଦକ୍ଷେପ ନେବାକୁ ଏବଂ ବିଶ୍ୱବିଦ୍ୟାଳୟରେ ବିଶେଷଜ୍ଞ ଅନୁସନ୍ଧାନ ଲାବୋରେଟୋରୀ ପ୍ରତିଷ୍ଠା ତଥା ଛାତ୍ର ତଥା ସ୍କଲାର ମାନଙ୍କୁ ଆବଶ୍ଯକୀୟ ସଠିକ ପରାମର୍ଶ ଦେବାକୁ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରସ୍ତାବ ଦେଇଥିଲେ । ତତସହିତ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଉତ୍ସାହ, ପାରସ୍ପରିକ ସହଯୋଗ ଓ ଅଂଶଗ୍ରହଣ ସହ ଅଧିବେଶନକୁ ସଫଳ କରିବାକୁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ପ୍ରଶଂସା କରିଥିଲେ। ଏଥିସହିତ ପରେ ରୌପ୍ୟଜୟନ୍ତୀ ଅଧ୍ୟାପନା ବକ୍ତୃତା ଶୃଙ୍ଖଳାର ମୁଖ୍ୟ ଉଦ୍ଦେଶ୍ୟ ସଂପର୍କୀତ ସମସ୍ତ ତଥ୍ଯ ଗୁଡିକ ବିଷୟରେ ଅବଗତ କରାଇଥିଲେ। ବିଭିନ୍ନ ବିଜ୍ଞାନ ବିଭାଗର ପ୍ରାୟ ୧୮୦ ଛାତ୍ରଛାତ୍ରୀ ଏବଂ ଅଧ୍ୟାପିକା ମୁଖ୍ୟତଃ ଜୈବବିଜ୍ଞାନ ଏବଂ ବାୟୋଟେକ୍ନୋଲୋଜି, ଆପ୍ଲାଏଡ୍ ମାଇକ୍ରୋବାୟୋଲୋଜି, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଭୂବିଜ୍ଞାନ ଏହି ଅଧ୍ୟାପନା ଶୃଙ୍ଖଳରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଡ଼କ୍ଟର ପୁନମ କୁମାରୀ ପରିଚାଳନା କରିଥିଲେ ଏବଂ ଡ଼କ୍ଟର ଶୁଭଶ୍ରୀ ମହଲିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.