ବାଲିଗୁଡାରେ ନୂତନ ଉପ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଚଳିତ ମାସ ୨୨ ତାରିଖ ଦିନ ରାଜ୍ୟ ସରକାରଙ୍କ ଦ୍ୱାରା ଆଇଏଏସ ସ୍ତରରେ ବଦଳି ନିମନ୍ତେ ଜାରୀ କରାଯାଇଥିବା ଆଦେଶ ଅନୁଯାୟୀ ସୋମବାର ବାଲିଗୁଡାର ନୂତନ ଉପଜିଲ୍ଲାପାଳ ଭାବେ ଡ଼. ରୀନା ପ୍ରଧାନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେ.ବି.କେ ଅଞ୍ଚଳରେ ଡାକ୍ତର (ଆସିଷ୍ଟାଣ୍ଟ ସର୍ଜନ) ଭାବେ କାର୍ଯ୍ୟରତ ଥିବା ବେଳେ ଗତ ୨୦୨୧ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ପ୍ରଶିକ୍ଷଣ ପରେ ପ୍ରଥମ କରି ବାଲିଗୁଡାର ନୂତନ ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରି ଖୁସି ବ୍ୟକ୍ତ କରିବା ସହ ଉପଖଣ୍ଡର ଉନ୍ନତି ନିମନ୍ତେ ସମସ୍ତ ବିଭାଗର ସମନ୍ୱୟ ରଖି କାର୍ଯ୍ୟ କରିବା ଏବଂ ଆଗାମୀ ସାଧାରଣ ନିର୍ବାଚନ -୨୦୨୪ କୁ ସୁରୁଖୁରୁ ଭାବେ ସମ୍ପାଦନ କରିବା ନିମନ୍ତେ ମତ ରଖିଛନ୍ତି। କାର୍ଯ୍ୟର ପ୍ରଥମ ଦିବସରେ ଉପଜିଲ୍ଲାପାଳ ସାଧାରଣ ନିର୍ବାଚନ ସମ୍ପାଦନ ପ୍ରକ୍ରିୟା ବିଷୟରେ ପଚାରି ବୁଝିବା ସହିତ କାର୍ଯ୍ୟାଳୟ ପରିସର ଏବଂ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟରେ ହେବାକୁ ଥିବା ଇଭିଏମ ଷ୍ଟ୍ରଙ୍ଗ ରୁମ ପରିଦର୍ଶନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.