ମା ମାଣିକେଶ୍ୱରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଥୁଆମୁଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ସ୍ଥାନୀୟ ମା ମାଣିକେଶ୍ୱରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆୟୋଜିତ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଗତ ଫେବୃଆରୀ ୨ତାରିଖ ଠାରୁ ଆରମ୍ଭ ହୋଇ ଥିବା ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଶ୍ରୀ ସୁବାସ କୁମାର ବିନ୍ଧାଣି, ଅଗ୍ନିଶମ ଅଧିକାରୀ ଉଦଘାଟନ କରିଥିବା ବେଳେ ଏହା ୮ ଦିନ ଧରି ପରିଚାଳିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବିଭିନ୍ନ ଦିବସରେ ଛାତ୍ରୀ ମାନଙ୍କୁ ବିବିଧ ଆତ୍ମସୁରକ୍ଷା କୌଶଳର ତାଲିମ ପ୍ରଦାନ କରାଯାଇଥିଲା । ଏହା ଦ୍ୱାରା ଛାତ୍ରୀ ମାନଙ୍କ ମଧ୍ୟରେ ଆତ୍ମବଳ ଜାଗୃତି ହେବା ସଂଗେ ସଂଗେ ନିଜର ସୁରକ୍ଷା କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦେଇ ପାରିବେ ବୋଲି ଆଜି ଉପସ୍ଥିତ ବକ୍ତାମାନେ ନିଜର ମତ ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

ଏହି ଅବସରରେ ଆୟୋଜିତ ସଭାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ମୁଣ୍ଡଛିନା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଥୁଆମୁଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଧ୍ରୁବ ଚରଣ ମୁଦୁଲି, ସମ୍ମାନୀତ ଅତିଥି ଭାବରେ ବ୍ଲକ ଅଗ୍ନିଶମ ଅଧିକାରୀ ସୁବାସ ବିନ୍ଧାଣି, ସ୍ୱାସ୍ଥ୍ୟ ସ୍ୱରାଜର ସୁଶ୍ରୀ ଜ୍ୟୋତ୍ସ୍ନା ଗୁପ୍ତା, ଡିଗ୍ରୀ କଲେଜ ଅଧ୍ୟକ୍ଷ ସମୀର କୁମାର ସାହୁ ଏବଂ ଓଡ଼ିଆ ଅଧ୍ୟାପିକା ଲକ୍ଷ୍ମୀ ପ୍ରିୟା ନାଏକ ଯୋଗ ଦେଇଥିଲେ ।

ଏଥିରେ ପ୍ରଶିକ୍ଷକ ଭାବରେ ସୁଶ୍ରୀ ଆଲିଶା ଧଙ୍ଗଡାମାଝୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଭାବରେ ଶ୍ରୀ ପ୍ରଶାନ୍ତ ମୁଣ୍ଡଛିନା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଶେଷରେ ଛାତ୍ରୀମାନଙ୍କୁ ପ୍ରତିଭାଗୀ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.