ଲାଞ୍ଜିଗଡ଼ଠାରେ “ମୁଁ ବି ହେବି ନବୀନ ଓଡ଼ିଶାର ସାରଥୀ” କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ‘ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଲାଞ୍ଜିଗଡ଼ ଟଙ୍ଗନକୋଣା ଡ଼୍ୟାମ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଲାଞ୍ଜିଗଡ଼ ବ୍ଳକ ବିଜୁ ଯୁବ ଜନତା ଦଳର ସଭାପତି ଡିଲେଶ କୁମାର ନାଗଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଆଗାମୀ ଦିନରେ ଯୁବ ଛାତ୍ରଙ୍କ ନେତୃତ୍ୱରେ କିପରି ଓଡ଼ିଶାର ବିକାଶର ନୂତନ ସୂର୍ୟ୍ୟୋଦୟ ହେବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାର ପ୍ରତ୍ୟେକଟି ଯୋଜନା ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ନେଇ କଳାହାଣ୍ଡି ଯୁବ ଜନତା ଦଳ ସଭାପତି ଆଦିତ୍ୟ ନନ୍ଦ ନେତୃ ମଣ୍ଡଳୀଙ୍କୁ ଆହ୍ବାନ ଦେଇଥିବା ବେଳେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଅବିନାଶ ଠାକୁର ଯୁବ ଛାତ୍ରମାନଙ୍କୁ ରାଷ୍ଟ୍ରର ମେରୁଦଣ୍ଡ କହିବା ସହିତ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନୂତନ ଓଡ଼ିଶା ଗଢିବା ସ୍ବପ୍ନରେ ନବୀନ ବାବୁଙ୍କ ସାରଥି ହେବା ପାଇଁ ଯୁବ ସମାଜ ଆଗେଇ ଆସିବା ପାଇଁ ତାଙ୍କର ଅଭିଭାଷଣରେ କହିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଯୁବ ଜନତା ଦଳର ମିଡ଼ିଆ ସେଲ୍ ସଂଯୋଜକ ସତ୍ୟବ୍ରତ ଦାସ, ଜିଲ୍ଲାପରିଷଦ ସଦସ୍ୟ ତଥା ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଉପ ସଭାପତି ପରୀକ୍ଷିତ ନାଏକ, ଲାଞ୍ଜିଗଡ଼ ବ୍ଲକ ବିଜୁ ଛାତ୍ର ଜନତା ଦଳର ସଭାପତି ଅଜିତ ପ୍ରଧାନୀ, ବିଜୁ ଯୁବ ଜନତାଦଳର ବରିଷ୍ଠ ଉପସଭାପତି ମୁକେଶ ବେହେରାଙ୍କ ସମେତ ୨୬ ଗୋଟି ଗ୍ରାମପଞ୍ଚାୟତର ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଭାପତି ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.