ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହୁଲ ପାଟଣା ଠାରେ ‘ଆତ୍ମ ସୁରକ୍ଷା ତାଲିମ ଶିବିର’ ଉଦଯାପିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ପ୍ରଦୀପ କୁମାର ପଣ୍ଡା): ଥୁଆମୂଳ ରାମପୁର ବ୍ଲକ ମହୁଲପାଟଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ‘ଆତ୍ମ ସୁରକ୍ଷା ତାଲିମ ଶିବିର’ ସୋମବାର ଉଦଯାପିତ ହୋଇଯାଇଛି।ଗତ ୩ ତାରିଖରୁ ଦୀର୍ଘ ୮ ଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଏନେଇ ବିଶେଷ ତାଲିମ ପ୍ରଦାନ କରାଯାଇଛି। ଶିବିରର ଅନ୍ତିମ ତଥା ଉଦଯାପନୀ ଦିବସରେ ବିଦ୍ୟାଳୟର ଅଧକ୍ଷ ଶ୍ରୀ ଲକ୍ଷ୍ମୀଧର ନାଏକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ରୂପେ ମହୁଲପାଟଣା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରତନି ମାଝୀ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସୋମନାଥ ନାଏକ ଯୋଗଦେଇଥିଲେ। ପ୍ରଶିକ୍ଷକ ଲିପିକା ପଟେଲ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଏଭଳି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ବିଦ୍ୟାଳୟର ଅଧ୍ୟାପକ ବଳଭଦ୍ର ହରିଜନ ଉଦଯାପନୀ ସଭାକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.