ଭଦ୍ରା, କନ୍ଦକେଲଗାଁ ଓ ଘୁନସରରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା, କନ୍ଦକେଲଗାଁ ଓ ଘୁନସର ପଞ୍ଚାୟତ ଠାରେ ମଙ୍ଗଳବାର ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଂଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରା ସରପଞ୍ଚ ରାଜେନ୍ଦ୍ର ଯାନୀଙ୍କ ତତ୍ୱାବଧାନରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶରତ ସାହୁ, ନାଏବ ସରପଞ୍ଚ ଫୁଲଣା ରଣା, ଜିଆରଏସ ନାରାୟଣ ଗହୀର, ଜିଓଟେକ ଦୋଳମଣୀ ସାହୁ ପ୍ରମୁଖ ଉପସ୍ଥିତ ରହି ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସେହିପରି କନ୍ଦକେଲଗାଁ ଖେଳପଡିଆ ଠାରେ କନ୍ଦକେଲଗାଁ ସରପଞ୍ଚ ଅହଲ୍ୟା ସାହୁଙ୍କ ତତ୍ତବଧାନରେ ଅନୁଷ୍ଠିତ ଉତ୍ସବରେ ସାମ୍ବାଦିକ ପ୍ରମୋଦ ସେଲମା, ବୁଢ଼ାବାହାଲ ସରପଞ୍ଚ ଲତା କୁମ୍ଭାର, କୁମ୍ଭାରୀ ସରପଞ୍ଚ ଶୈଳେନ୍ଦ୍ରୀ ମହାନନ୍ଦ, ସମବାୟ ସମିତି ସଭାପତି ସନ୍ତୋଷ ପ୍ରଧାନ, ଏମବିକେ ସଂଯୁକ୍ତା ଦାସ ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭୀଷ୍ମ କୁମ୍ଭାର, ଜିଆରଏସ ସୁରେନ୍ଦ୍ର ବାଗ, ୱାର୍ଡ ମେମ୍ବର ରବିନ୍ଦ୍ର ସାହୁ, ପଞ୍ଚାନନ୍ଦ ମୁନା, ଅଶୋକ ପାତ୍ର ଓ ଟିକେଶ୍ୱର ସାହୁ ଉପସ୍ଥିତ ଥିଲେ। ଉକ୍ତ ସଭାକୁ ରଞ୍ଜନ ମେହେର ପରିଚାଳନା କରିଥିବା ବେଳେ ଭୀଷ୍ମ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ସେହିପରି ଘୁନସର ପଞ୍ଚାୟତରେ ସରପଞ୍ଚ ଅନୁରାଧା ସେଠଙ୍କ ତତ୍ତବଧାନରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ଉପରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଅବସରରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ମମତା ଯୋଜନା ଷ୍ଟଲମାନ ଖୋଲା ଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକର ରୂପାନ୍ତିକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୁମିର ବିକାଶ, ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ବିକାଶ, ବିଦ୍ୟାଳୟ ଗୁଡିକର ରୂପାନ୍ତିକରଣ ଉପରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏଥିରେ ଖମ୍ବଗଡ଼ା ପଦ୍ମଚରଣ ମଲ୍ଲିକଙ୍କ ଦ୍ୱାରା ସଂଚାର, କୁମ୍ଭାରୀ ପ୍ରତିଭା ସାଂସ୍କୃତିକ ଅନୁଷ୍ଠାନ, କରମତଲା ଶ୍ରୀ କୁଶା ବୁଢ଼ା ଓ ଝିଙ୍କିଡୁଙ୍ଗୁରି ରାମଜୀ ସଂକୀର୍ତ୍ତନ ମଣ୍ଡଳୀ ଓ ଟିମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଆପିସିଏମ, ଅଙ୍ଗନୱାଡ଼ି କର୍ମୀ, ଏମବିକେ, ସ୍ୱୟଂ ସହାୟକ ଦଳ, ବ୍ୟାଙ୍କ ମିତ୍ରଙ୍କ ସହ ବିଭିନ୍ନ ସ୍ବେଛାସେବୀ ସଙ୍ଗଠନ ଓ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.