ବିଜେପୁରଠାରେ ପଞ୍ଚାୟତ ସ୍ତରୀୟ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ସଚେତନତା ଶିବିର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ର ବିଜେପୁର ଗ୍ରାମ ପଞ୍ଚାୟତଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମାଞ୍ଚଳ ଭିତିଭୂମିର ବିକାଶ ଓ ରାଜ୍ୟ ସରକାରଙ୍କର ଜନହିତକର ଯୋଜନା ଉପରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ବିଜେପୁର ସରପଞ୍ଚ ଜନନୀ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଶିଷ୍ଟ ଅତିଥି ଭାବେ ଜୋନ-୨ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ମୁଖ୍ୟବକ୍ତା ଭାବେ ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ରମ, ସମ୍ମାନୀତ ଅତିଥି ଭାବେ କୁଟିଆକନ୍ଧ ସ୍ଵାତନ୍ତ୍ର ଅଧିକାରୀ ଶରତଚନ୍ଦ୍ର ସାହୁ, ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ସଭାପତି ନିଲେଶ କୁମାର ନାଗ, ପୂର୍ବତନ ସରପଞ୍ଚ ପୂର୍ଣ୍ଣିଚଦ୍ର ମାଝୀ, ସମିତି ସଭ୍ୟା ଭୂମିକା ମାଝୀ, ନାଏବ ସରପଞ୍ଚ ଇନ୍ଦ୍ର ମାଝୀ, ପୂର୍ବତନ ସମିତି ସଭ୍ୟ ରଞ୍ଜିତ ନାଏକ, ହରିଶଙ୍କର ପୂଝାରୀ, ପୂର୍ବତନ ନାଏବ ସରପଞ୍ଚ ଅମର ଦାସ ନାଏକ ସମାଜସେବୀ ହରିଶଙ୍କର ପାତ୍ର, କୁଟିଆକନ୍ଧ ପ୍ରକଳ୍ପ ପ୍ରବନ୍ଧକ ଲମ୍ବୋଦର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ମଞ୍ଚ ପରିଚାଳନା କରିଥିଲେ। ମଞ୍ଚରେ ଉପସ୍ଥିତ ଅତିଥି ବୃନ୍ଦ ରାଜ୍ୟସରକାରଙ୍କ ଜନନୀ ସୁରକ୍ଷା ଯୋଜନାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା, ଜଗନ୍ନାଥ ସଂସ୍କୃତିକରୁ ଆରମ୍ଭ କରି କୃଷି କ୍ଷେତ୍ରର ବିକାଶ ଉପରେ ସଚେତନତା ବାର୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଗ୍ରାମ ରୋଜଗାର ସେବକ ଅରବିନ୍ଦ ମହାନ୍ତି, ଯୋଗାଣ ସହାୟକ ଦୁର୍ଗା ପ୍ରସାଦ ମାଝୀଙ୍କ ସମେତ ସମସ୍ତ ସିଆରପି, ଏମବିକେ, ଗାଁସାଥି ଓ ଅଞ୍ଚଳବାସୀ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.