ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ପାଣ୍ଡରା ମାଳି ସମାଜ ଭବନ ନିର୍ମାଣ ପାଇଁ ବିଶିଷ୍ଟ ସମାଜସେବୀ ଦୁର୍ଗା ପ୍ରସାଦ ନାଏକ ସନ୍ୟାସୀ କୁଣ୍ଡାମାଲ ମୌଜାରେ ୫୦ ଡିସମିଳ ଜାଗା ଦାନ କରିଛନ୍ତି। ବହୁ ବର୍ଷ ହେଲା ପଣ୍ଡରା ମାଳି ସମାଜ ଏବଂ ଓବିସି ବର୍ଗକୁ ଜିଲ୍ଲା ବ୍ୟାପି ଏକତ୍ରିତ କରି ସମାଜ ଗଠନରେ ଅଗ୍ରଣୀ ଭୂମିକା ନେଉଥିବା ଓ ସମ୍ପ୍ରତି ଜିଲ୍ଲା ପଣ୍ଡରା ମାଳି ଯୁବ ବାହିନୀର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରୁଥିବା ଶ୍ରୀ ନାଏକଙ୍କ ଏହି କାମ ପାଇଁ ସାରା ଜିଲ୍ଲାରୁ ଶୁଭେଚ୍ଛା ବାର୍ତ୍ତା ଛୁଟୁ ଥିବା ପ୍ରକାଶ। ପଣ୍ଡରା ମାଳି ଭବନ ନିର୍ମାଣ ପାଇଁ ମୁଖମନ୍ତ୍ରୀ ୫୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିବାରୁ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମାଜ ଭବନ ନିର୍ମାଣ ହେଲେ ସମାଜ ଓ ଓବିସି ବର୍ଗ ଏକତ୍ରିତ ହୋଇ ସଂଗଠିତ ହୋଇ ପାରିବେ ବୋଲି ଜିଲ୍ଲା ସଭାପତି ଈଶ୍ୱର ପୂଝାରୀ ପ୍ରକାଶ କରିଛନ୍ତି। ଶ୍ରୀ ପୂଝାରୀଙ୍କ ସମେତ କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ପ୍ରମୋଦ ପୂଝରୀ, ଲୋକେଶ ନାଏକ, ଟୁଟୁ ପୂଝରୀ ଓ ସମାଜର ସମସ୍ତ କର୍ମକର୍ତ୍ତା ଜମିଦାତା ଦୁର୍ଗା ପ୍ରସାଦ ନାଏକ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।