ଓଡିଶା ଷ୍ଟେଟ ବ୍ୟାଡମିଂଟନ ମାଷ୍ଟର୍ ଚାମ୍ପିଅନ୍ ଟୁର୍ନାମେଣ୍ଟ: କଳାହାଣ୍ଡିଆ ଖେଳାଳୀଙ୍କ କୃତିତ୍ୱ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଓଡିଶା ଷ୍ଟେଟ ବ୍ୟାଡମିଂଟନ ଆସୋସିଏସନ ଦ୍ଵାରା ଆୟୋଜିତ ୟ୍ୟୁନେକ୍ସ ସନ୍ ରାଇଜ ମାଷ୍ଟର୍ ଚାମ୍ପିୟନ ସିପ୍ ବ୍ୟାଡମିଂଟନ ଟୁର୍ନାମେଣ୍ଟ ମାଲକାନଗିରି ଠାରେ ଅୟୋଜିତ ହୋଇଥିଲା । ଉକ୍ତ ଟୁର୍ନାମେଣ୍ଟ ରେ ୫୫ ବର୍ଷ ରୁ ଉର୍ଦ୍ଧ ବିଭାଗରେ କଳାହାଣ୍ଡି ଜିଲ୍ଲା ବ୍ୟାଡମିଂଟନ ଆସୋସିଏସନ ର ଶ୍ରୀ ସମୀର କୁମାର ସାହୁ ଓ ଚତୁର୍ଭୁଜ ନାଏକ ଡ଼ବଲ୍ସ ରେ ଚାମ୍ପିଅନ୍ ଓ ସମୀର କୁମାର ସାହୁ ୫୫ ବର୍ଷ ରୁ ଉର୍ଦ୍ଧ ସିଂଗଲ୍ସ ରେ ଉପବିଜେତା ଓ ମହେଶ କୁକରେଜା ୫୦ ରୁ ବର୍ଷ ରୁ ଉର୍ଦ୍ଧ ବିଭାଗରେ ଡ଼ବଲ୍ସ ରେ ଉପବିଜେତା ଓ ୪୫ ବର୍ଷ ରୁ ଉର୍ଦ୍ଧ ବିଭାଗ ରେ ଉପବିଜେତା ହୋଇ କଳାହାଣ୍ଡି ତଥା ଜୁନାଗଡ ପାଇଁ ଗୌରବ ଆଣିଦେଇଛନ୍ତି । ତେଣୁ କଳାହାଣ୍ଡି ବ୍ୟାଡମିଂଟନ ଆସୋସିଏସନ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.