ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କୁଇକେଡା ପଞ୍ଚାୟତ ଠାରେ ବୁଧବାର ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଂଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ କୁଇକେଡା ସରପଞ୍ଚ ଯୁଗଲାଲ ମାଝୀ ଙ୍କ ତତ୍ୱାବଧାନରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶରତ ସାହୁ, ନାଏବ ସରପଞ୍ଚ ବନ୍ଦୀତା ପଟେଲ , ଜିଆରଏସ ଜିତେନ୍ଦ୍ର ବେହେରା , ପ୍ରମୁଖ ଉପସ୍ଥିତ ରହି ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ଉକ୍ତ ସଭାରେ ବଶିଷ୍ଟ ମାଝୀ, ରାଜକୁମାର ଭୋଇ, କାଜଲି ମଲ୍ଲିକ , କମଳିନୀ ନାଗ, ସୁଶୀଳା ଯାନୀ, ପ୍ରମୋଦ ତାଣ୍ଡି, ଵିନୋଦିନୀ ବାଗ, କୁଶ କୁମ୍ଭାର, କୁନ୍ତଳା ମାଝୀ ଓ ହେମକାନ୍ତି ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ବୁଢ଼ାବାହାଲ ପଞ୍ଚାୟତ ହାଇସ୍କୁଲ ସମ୍ମୁଖଠାରେ ଥିବା ଖେଳପଡିଆ ଠାରେ ବୁଢ଼ାବାହାଲ ସରପଞ୍ଚ ଲତା କୁମ୍ଭାର ଙ୍କ ତତ୍ତବଧାନରେ ଅନୁଷ୍ଠିତ ଉତ୍ସବରେ ସମିତି ସଭ୍ୟ ମଦନ ନାଗ , ନାଏବ ସରପଞ୍ଚ ବିଜୟ ସେଲମା, ହାଇସ୍କୁଲର ପ୍ରଧାନ ଶିକ୍ଷକ ବରୁଣ ସାହୁ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିକ୍ଷକ ଶ୍ରୀ ଭୋଇ ପ୍ରମୁଖ ମଞ୍ଚାସୀନ ହୋଇଥିଲେ l ଏଥିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଖଗେଶ୍ୱର କମ୍ପ ପରିଚାଳନା କରିଥିବା ବେଳେ , ଜିଆରଏସ ତରୁଣ ରଣା ଧନ୍ୟବାଦ ପ୍ରଦାନ କରିଥିଲେ l ଏଥିରେ ୱାର୍ଡ ମେମ୍ବର ମୋହନୀ ସାହୁ, ବନିତା ଗହୀର, ସମାରୀ ଗହୀର, ବୁଇ ମାଝୀ, ବସୁମତୀ ନାଗ, ବିଶ୍ଵମ୍ବର ମହାଡ଼ିକ, ତରଣୀ ସାହୁ ଓ ମୋହନ ସୁନା ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ ବୈଠକରେ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ଉପରେ ମାର୍ଗ ଦର୍ଶନ ଦେଇ ଜନ ସଚେତନତା ସୃଷ୍ଟି କରିଥିଲେ l ଏହି ଅବସରରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ମମତା ଯୋଜନା ଷ୍ଟଲ ମାନେ ଖୋଲା ଯାଇଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗାଁ ରେ ଜଗନ୍ନାଥ ସଂସ୍କୃତି ର ସଂରକ୍ଷଣ, ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକର ରୂପାନ୍ତିକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୁମି ର ବିକାଶ, ବ୍ୟାଙ୍କିଙ୍ଗ ଭିତ୍ତିଭୂମି ର ବିକାଶ, ବିଦ୍ୟାଳୟ ଗୁଡିକର ରୂପାନ୍ତିକରଣ ଉପରେ ଲୋକମାନଙ୍କୁ ସଚେତନ କରାଯାଇଥିଲା | ଏଥିରେ ଖରସେଲବାଞ୍ଜି କରମସନି ସାଂସ୍କୃତିକ ଅନୁଷ୍ଠାନ ଓ ଟିକ୍ରାପଡା ଗୌରାଙ୍ଗ ସଂକୀର୍ତ୍ତନ ମଣ୍ଡଳୀ ଓ ଟିମ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷଣ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ସିଆପିସିଏମ, ଅଙ୍ଗେନବାଡ଼ି କର୍ମୀ, ଏମବିକେ, ସ୍ୱୟଂ ସହାୟକ ଦଳ, ବ୍ୟାଙ୍କ ମିତ୍ର ଙ୍କ ସହ ବିଭିନ୍ନ ସ୍ବେଛାସେବୀ ସଙ୍ଗଠନର ଓ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ |






