ସଇଁତଲା ବ୍ଲକରେ ଲକ୍ଷ୍ମୀ ବସର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଠାରେ ବୁଧବାର ୨ ଗୋଟି ଲକ୍ଷ୍ମୀ ବସର ଶୁଭାରମ୍ଭ ହୋଇଛି। ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ ସବୁଜ ପତାକା ଦେଖାଇ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ବସ ସଇଁତଲା ବ୍ଲକ ଅଫିସରେ ରାତ୍ରିଯାପନ କରି ସକାଳୁ ସଇଁତଲାରୁ ଜୁରାବନ୍ଦ ଓ ଅନ୍ୟ ବସଟି ସଇଁତଲାରୁ ବେଲଗାଁ ପର୍ଯ୍ୟନ୍ତ ଯିବ ଓ ପୁଣି ସଇଁତଲା ଫେରି ଆସିବ ବୋଲି ବ୍ଲକ ସୁପରଭାଇଜର ସନ୍ତୋଷ ବୁକ ସୂଚନା ଦେଇଛନ୍ତି। ଏହି ସମୟରେରେ ବିଏସଏସଓ ଭାନୁ ପ୍ରତାପ ଭୋଇ, ସରୋଜ ସାହୁଙ୍କ ସମେତ ବ୍ଲକ କର୍ମଚାରୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.