ଯୁବକବି ଯାଦବେନ୍ଦ୍ର ସାହାଙ୍କ “ଧୂଳିଘର” ଲୋକାର୍ପିତ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଯୁବକବି ଯାଦବେନ୍ଦ୍ର ସାହାଙ୍କ ପ୍ରଥମ କବିତା ସଂକଳନ “ଧୂଳିଘର” ଲୋକାର୍ପିତ ହୋଇଯାଇଛି l ଏଥି ନିମନ୍ତେ ଏହି ଉତ୍ସବରେ ବିଶିଷ୍ଟ କବି ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକା ଗାୟତ୍ରୀ ସରାଫ, ବିଶିଷ୍ଟ ଅତିଥି ଡ. ସଞ୍ଜୟ କୁମାର ଶତପଥୀ, କୁଳପତି ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ, ଭବାନୀପାଟଣା, ମୁଖ୍ୟବକ୍ତା ପ୍ରଖ୍ୟାତ କବି ପ୍ରଦୀପ କୁମାର ପଣ୍ଡା, ଅଧ୍ୟକ୍ଷ, ଭୀମଭୋଇ ଚେୟାର, ସମ୍ବଲପୁର, ସମ୍ମାନୀୟ ଅତିଥି ଗାଳ୍ପିକା ଯାଜ୍ଞସେନୀ ସାହା, ଡ଼ା. ହେମସାଗର ସାହା, ସ୍ଵତନ୍ତ୍ର ଅତିଥି ଭାବେ ବିଶିଷ୍ଟ କବୀ ପ୍ରୀତିଧାରା ସାମଲ, ଅଧ୍ୟାପକ ରଞ୍ଜନ ପଣ୍ଡା ଓ ସମୀକ୍ଷକ ଭାବେ ଗବେଷକତଥା ନାଟ୍ୟକାର ପରମେଶ୍ବର ମୁଣ୍ଡ ପ୍ରମୁଖ ଯୋଗଦେଇଥିଲେ l ଏ ଅବସରରେ କବିଙ୍କ ନୂତନ ସୃଷ୍ଟି ସମ୍ପର୍କରେ ଅତିଥିମାନେ ବକ୍ତଵ୍ୟ ରଖିଥିଲେ l ଉତ୍ସବରେ ଅଭିନେତା ସୁଶାନ୍ତ ପାଢ଼ୀ, ବୈଷ୍ଣବ ସାହା,କଥାକାର ଯଶୋବନ୍ତ ସାମଲ, କବି ଯୁଗଳ କିଶୋର ଷଡ଼ଙ୍ଗୀ, କବୀ ନର୍ମଦା ନିଲୋତ୍ପଳା, କବି ମୁକୁଲ ମିଶ୍ର, ସୁଶୀଲ ବାଗ, ସବିତା ଭୋଇ, ପଦ୍ମାଳୟା ସାମଲ, ମଞ୍ଜୁମେଧା ଗୁରୁ,ନିରୋଜ ପଟ୍ଟନାୟକ , ଐଶୁର୍ଯ୍ୟା ପ୍ରଧାନ, ସଂଯୁକ୍ତା ପାଢ଼ୀ, ଗୋବିନ୍ଦ ବାଗ ଉପସ୍ଥିତ ଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ ରମେଶ ଜେନା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.