ଗୋକୁଳେଶ୍ବରରେ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ପାଇଁ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: ଯଜ୍ଞ ଋଷି ପ୍ରଣୀତ ଏବଂ ଦେବକର୍ମ ଅଟେ। ବାତାବରଣକୁ ଶୁଦ୍ଧ କରିବା, ପରିବେଶକୁ ନିର୍ମଳ କରିବା ଦ୍ବାରା ଦେବାତ୍ମାମାନଙ୍କର ଅବତରଣ ହେବ। ଏହି ସମସ୍ତ କାର୍ଯ୍ୟ ଯଜ୍ଞାଯୋଜନ ଦ୍ବାରା ହିଁ ସମ୍ଭବ। ଏହି ମହାନ ଉଦ୍ଦେଶ୍ୟ ନେଇ ଦେଶସାରା ଅଖିଳ ବିଶ୍ବ ଗାୟତ୍ରୀ ପରିବାର ଶାନ୍ତିକୁଜ୍ଞ ହରିଦ୍ଵାର ତତ୍ୱାବଧାନରେ ଦେଶ ବିଦେଶରେ ଅନୁଷ୍ଠିତ ହୋଇ ଆସୁଛି ଗାୟତ୍ରୀ ମହାଯଜ୍ଞ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଗୋକୁଳେଶ୍ବର ଗ୍ରାମଠାରେ ଆୟୋଜିତ ହୋଇଛି ନବ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ। ଏହି ମହାଯଜ୍ଞ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବୁଧବାର ଏନେଇ ହୋଇଥିବା କଳସ ଯାତ୍ରାରେ ଗୋକୁଳେଶ୍ବର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି, କୁଣ୍ଡାବନ୍ଧ ସମିତି ସଭ୍ୟ ତଥା ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକଙ୍କ ସହ ଗୋକୁଳେଶ୍ବର ସରପଞ୍ଚ କେଶୁଲାଲ ତାଣ୍ଡି, ବିବିସି ବ୍ୟାଙ୍କ ଭବାନୀପାଟଣାର ଡାଇରେକ୍ଟର ରାମଚନ୍ଦ୍ର ଶବର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ଗୋକୁଳେଶ୍ବର ନବ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞର ସଭାପତି ତଥା କେସିଙ୍ଗା ବ୍ଲକ ଆଦିବାସୀ ସଂଘ ସଭାପତି ମୋହନ ଶବରଙ୍କ ନେତୃତ୍ୱରେ ଶହଶ୍ରାଧିକ ମହିଳା ପୁରୁଷ କଳସ ଯାତ୍ରାରେ ସାମିଲ ହୋଇଥିଲେ। ଗୁରୁବାରଠାରୁ ଧ୍ୟାନ ସାଧନା ଏବଂ ଯୋଗ, ଯଜ୍ଞ, ଜ୍ଞାନ ବିଜ୍ଞାନ, ଦେବପୂଜନ, ନାରୀ ଜାଗରଣ, ଗାୟତ୍ରୀ ଯଜ୍ଞ ଓ ସଂସ୍କାର ଆଦି ବିବିଧ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇ ୧୭ ତାରିଖ ପୂର୍ଣ୍ଣାହୁତି ସହ ମହାଯଜ୍ଞ ସମାପନ ହେବ। ୧୮ ତାରିଖରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହେବ ବୋଲି ଜଣାପଡିଛି। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଗୋକୁଳେଶ୍ବର ଗ୍ରାମବାସୀ ବୃନ୍ଦ ସହଯୋଗ କରୁଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.