ପୁରୁଷୋତ୍ତମପୁର ବ୍ଲକ ସ୍ତରୀୟ ମିଶନ ଶକ୍ତି ମହିଳା ବିନା ସୁଧ ହାର ଓ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ପରିସରରେ ଭର୍ତୁଆଲ ମୋଡ ମାଧ୍ୟମ ରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦ୍ୱାରା ଏହି ମିଶନ ଶକ୍ତି ସୁଧହାର ଭତା ବଣ୍ଟନ କାର୍ଯ୍ୟକ୍ରମ ଉଦଘାଟିତ ହୋଇସାରିଛି | ପୁରୁଷୋତ୍ତମପୁର ଅଧକ୍ଷା ପିଙ୍କି ବେହେରା ଓ ବିଡ଼ିଓ ମନୋଜ କୁମାର ନାୟକ ଙ୍କ ଅଧ୍ୟକ୍ଷତା ରେ ଏହା ଆରମ୍ଭ ହୋଇ ଥିଲା | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଓ ସମ୍ମାନିତ ଅତିଥି ଭାବେ ତହସିଲଦାର ଲୋପାମୁଦ୍ରା ରଥ, ଉପାଧକ୍ଷା ମମତା ବାରିକ, ଆସ୍କା ଏମପି ନମିନୀ ସୁଦର୍ଶନ ନାୟକ, 37 ନଂ ଜିଲ୍ଲା ପରିଷଦ ସଦସ୍ୟ ରଂଜିତ ବେହେରା, 36 ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜମାନ ବେହେରା, ବ୍ଲକ ନିର୍ବାହୀ ଯନ୍ତ୍ରୀ ଇଁ ସରୋଜ ସାବତ, କନିଷ୍ଠ ଯନ୍ତ୍ରୀ ଇଁ ନାଗ ଭୂଷଣ ଯାଦବ, ଙ୍କ ସହିତ ବ୍ଲକ ଷ୍ଟାଫ, ବିପିସି ରଜତ କୁମାର ବେହେରା, , ସ୍ୱୟଂ ସହାୟିକା ସଭାପତି କୁନୀ ପାତ୍ର, ସମ୍ପାଦିକା ମୋହିନୀ ନାୟକ, ଙ୍କ ସହ ବହୁ ସ୍ୱୟଂ ସହାୟିକା ମହିଳା ଏମ୍ବିକେ, ସିଆରପି 662 ସ୍ୱୟଂ ସହାୟିକା ଗ୍ରୁପ ସଦସ୍ୟାମାନେ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବ୍ଲକର 26 ଗୋଟି ପଞ୍ଚାୟତ ର ୩୪୭୩ ନୂଆ ଲୋକ ଙ୍କୁ ବାଦ୍ଧକ୍ୟ ଭର୍ତ୍ତା, ବିଧବା ଭର୍ତ୍ତା,ଭିନ୍ୟକ୍ଷମ ଭର୍ତ୍ତା, ବଣ୍ଟନ କରାଯାଇଛି। ଏହା ସହ ଅତିଥି ମାନେ ମିଶନ ଶକ୍ତି ଗୃହ ଓ ମିଶନ ଶକ୍ତି କାଫେ କୁ ମଧ୍ୟ ଉଦଘାଟନ କରିଥିଲେ | ଯାହାଦ୍ୱାରା ମିଶନ ଶକ୍ତି ମା ମାନେ ସେହି ଗୃହରେ ସେମାନଙ୍କ ବିଭିର୍ଣ୍ଣ ବୈଠକ କରିପାରିବେ ଏବଂ ମିଶନ ଶକ୍ତି କାଫେ ଦ୍ୱାରା ବ୍ଲକ କୁ ଆସିଥିବା ବିଭିର୍ଣ୍ଣ ଲୋକେ ଓ ପାଖରେ ଥିବା ତାରା ତାରିଣୀ କଲେଜ ର ଛାତ୍ର,ଛାତ୍ରୀ ମାନେ ଆସି ଏହି କାଫେ ରୁ ଚାହା, କଫି, ବିସ୍କେଟ ସହିତ କିଛି ଜଳଖିଆ ଖାଇବେ ବୋଲି ଏହି କାଫେ କୁ ପରିଚାଳନା କରୁଥିବା ବ୍ଲକ ଲେବଲ ଫିଡ଼ରେସନ (ବି ଏଲ ଏଫ) ର ମିଶନ ଗ୍ରୁପ ମହିଳା ମାନେ ମତ ଦେଇଛନ୍ତି |

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.