ମାର୍ଚ୍ଚ ୧ରୁ ପ୍ରଥମ ଖରିଆର ରୋଡ ଫ୍ଲଡ୍ ଲାଇଟ କେପିଏଲ୍ କ୍ରିକେଟ ଟୁର୍ନାମେଣ୍ଟ

ଆଇପିଏଲ ଢାଞ୍ଚାରେ ହେବ ଟୁର୍ନାମେଣ୍ଟ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ଖରିଆର ରୋଡ ସହର ସ୍ଥିତ ଗାଡେନ-ଇନଠାରେ ପ୍ରଥମ କେପିଏଲ ଫ୍ଲଡ ଲାଇଟ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ପ୍ରଥମ ଫ୍ଲଡ଼ ଲାଇଟ ଖରିଆର ରୋଡ ପ୍ରିମିୟର ଲିଗ (କେପିଏଲ) ମ୍ୟାଚ ଆସନ୍ତା ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଉଦ‌ଯାପିତ ହେବ | ସୋମବାର ୱାରିୟର କ୍ରିକେଟ କ୍ଲବ ସଭାପତି ହାର୍ଦ୍ଦିକ ଢୋଲକିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଡବ୍ଲୁସିସି ସଭାପତି ନିଖଲେଶ ଲଖମର୍ନିଆ ସୂଚନା ପ୍ରଦାନ କରିଥିଲେ। ଖରିଆର ରୋଡ ସହରରୁ ମୋଟ ୧୦ଟି ଦଳ ଏହି ଟୁର୍ନାମେଣ୍ଟରେ ଭାଗ ନେବା କାର୍ଯ୍ୟକ୍ରମ ରହିଛି। ଏହି କେପିଏଲ ଫ୍ଲଡ ଲାଇଟ ଟୁର୍ନାମେଣ୍ଟ ପ୍ରଥମ ଥର ୱାରିୟର କ୍ରିକେଟ କ୍ଲବ ପକ୍ଷରୁ ଆୟୋଜନ କରାଯାଉଛି ଏବଂ ଆଗାମୀ ଦିନରେ ଏକ ବିଶାଳ ଟୁର୍ନାମେଣ୍ଟର ରୂପେ ପରିଣତ କରିବାକୁ ପ୍ରୟାସ କରାଯିବ । ତେବେ ଟୁର୍ନାମେଣ୍ଟରେ ୧୦ଟି କ୍ରିକେଟ ଦଳର ନାମ କରଣ କରାଯାଇଛି। ମୁମ୍ବାଇ ଇଣ୍ଡିଆନ, ଗୁଜରାତ ଟାଇଟନ, ଚେନ୍ନାଇ ହିରୋସ, ରୋୟଲ ଏସେସ ବାଙ୍ଗାଲୋର, ଦିଲ୍ଲୀ ଡେଭିଲସ, ଲଖନୌ ଟାଇଗରସ, ହାଇଦ୍ରାବାଦ ଗ୍ଲାଷ୍ଟରସ, ରାଜସ୍ଥାନ ଭଗଳ, ରାଇଜିଂ ପୁନେ ପାୱାର ଓ କୋଲକୋତା ଫାଇଟର ନାମରେ ଦଳ ଗୁଡିକ ମ୍ୟାଚ ଖେଳିବେ। କେପିଏଲ ଫ୍ଲଡ ଲାଇଟ ଟୁର୍ନାମେଣ୍ଟରେ ସ୍ଥାନୀୟ ମନ୍ତ୍ରୀ, ଜନ ପ୍ରତିନିଧି ଓ ସାମାଜିକ କର୍ମୀ ଅତିଥି ଭାବେ ଯୋଗଦେବେ। ପ୍ରେମ ସାହୁ, ରାମ ସୋନି, ଧନିରାମ ସାହୁ, କହ୍ନେୟା ଲଖମନିଆ, କିଶୋର ତୁରକିଆ, କିଷାନ ଗୋୟଲ, ମନୋଜ ସକଲେଜା, ହେମନ୍ତ ଗୁପ୍ତା, ଫରହନ ଆଶରଫି, ଅମନ ଖାନ, ଆଦିତ୍ୟ ବରାଡିଆ, ରବି ବାଗ, ମୁକେଶ ଜୈନ, ମୁକେଶ ଭାଷାନି ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.