ଦୁର୍ଗମ ଅଞ୍ଚଳରେ ନୂଆଁ ସମ୍ଭାବନା: ଆମ ବ୍ୟାଙ୍କ ସେବା ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କ୍ ସେବା ପାଇଁ ଅନେକ ଅବ୍ୟବସ୍ତା ଦେଖାଦେଇଥିଲା। ଅନେକ ଦୁର୍ଗମ ଅଞ୍ଚଳବାସୀ ଭତ୍ତା ପାଇବା ଓ ଅନ୍ୟନ୍ୟ ସୁବିଧା ପାଇଁ ଅନେକ ହଇରାଣ ହରକତ ହେଉଥିଲେ। ଘଣ୍ଟା ଘଣ୍ଟା ଧରି ଲାଇନରେ ଲାଗିବାକୁ ପଡୁଥିଲା ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଅଞ୍ଚଳରେ ଆମ ବ୍ୟାଙ୍କ୍ ସେବା ଆଜି ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି। ଆଜି ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳର କାନକୁଟ୍ରୁ,ଖୁମଖାଳ, ବେଡାଗାଁ ଓ ଚମ୍ପଦେଇପୁରରେ ଏହି ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସେବାର ଶୁଭାରମ୍ଭକୁ ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। କାନକୁଟ୍ରୁ ସରପଞ୍ଚ ବନମାଳୀ ମାଝୀଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଟ୍ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଶିବାଜୀ ମାଝୀ,ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର,ଜିଲ୍ଲାପରିଷଦ ସଦସ୍ୟା ପରୀକ୍ଷିତ ନାଏକ,ବ୍ଲକ ଅଧକ୍ଷ କମଳା ପାତ୍ର,ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ରମପ୍ରମୁଖ ଯୋଗ ଦେଇ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ କାନକୁଟ୍ରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ସାଧୁରାମ ସାହୁ, ଗ୍ରାମ ରୋଜଗାର ସେବକ ଭାଗବତ ପ୍ରସାଦ ସାହୁ, ଯୋଗାଣ ସହାୟକ ଦେବୀଲାଲ ସାହୁ ପ୍ରମୁଖ ସହଯୋଗ କରିଥିବା ବେଲେ ସାମ୍ବାଦିକ କୈଳାସ ସାହୁ ମଞ୍ଚପରିଚାଳନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.