ଗମ୍ଭାରୀଗୁଡାରେ ‘ଆମ ବ୍ୟାଙ୍କ’ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଗୁରୁବାର ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ‘ଆମ ବ୍ୟାଙ୍କ’ ସେବାର ଶୁଭ ଉଦଘାଟନ କରିଛନ୍ତି। ଏହି କ୍ରମରେ କୋକସରା ବ୍ଳକ ଗମ୍ଭାରୀଗୁଡା ଠାରେ ମଧ୍ୟ ନୂତନ ବ୍ୟାଙ୍କ ସେବା ଆରମ୍ଭ ହୋଇଛି। ଏଥିରେ କୋକସରା ବିଡ଼ିଓ ସ୍ନେହପ୍ରଭା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। କୋକସରା ଏସବିଆଇ ବ୍ୟାଙ୍କ ମ୍ୟାନେଜର ମନୋଜ କୁମାର ଜେନା, କନିଷ୍ଠ ଯନ୍ତ୍ରୀ କିର୍ତ୍ତି ବେହରା, ଗମ୍ଭାରୀଗୁଡା ସରପଞ୍ଚ ଈଶରାମ ସୁନାନୀ, ପିଇଓ ରୋହିତ ଠାକୁର, ନାଏବ ସରପଞ୍ଚ ନନ୍ଦିନୀ ନାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଗାଁରେ ବ୍ୟାଙ୍କ ଶୁଭାରମ୍ଭ ହେବାପରେ ହାତ ପାଆନ୍ତାରେ ବ୍ୟାଙ୍କିଙ୍ଗ ସେବା ମିଲିବା ନେଇ ଲୋକେ ଉତ୍ସାହିତ ହେବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.