ତାରାତାରିଣୀଙ୍କ ଚୈତ୍ର ତୃତୀୟ ମଙ୍ଗଳବାର ଯାତ୍ରା ଓ ନବ ଦିନାତ୍ମକ ପୁଜା ଆରମ୍ଭ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ରମାସର ତୃତୀୟ ମଙ୍ଗଳବାର ଯାତ୍ରା | ଆଜି ମା ମହା ସରସ୍ବତୀ ରୂପରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି । ପ୍ରଚଣ୍ଡ ରୌଦ୍ର ତାପ ସତ୍ୱେ ମା’ଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଙ୍କ ଭିଡ଼ ଲାଗିରହିଛି । ମାନସିକଧାରୀ ଭକ୍ତମାନେ ନିଜ ପ୍ରଥମ, ଦ୍ୱିତୀୟ ସନ୍ତାନଙ୍କ ଚୁଟି ମଣ୍ଡନ କରାଇବା ନିମନ୍ତେ ରାତ୍ର ତିନି ଘଣ୍ଟ ସମୟରୁ ସନ୍ତାନ ଙ୍କ ଚୁଟି ମୁଣ୍ଡନ କରି ପାହାଡ଼ ଉପରକୁ ଆସି ଲମ୍ବା ଧାଡିରେ ଠିଆ ହୋଇ ସକାଳ ୪ ଘଣ୍ଟା ପରେ ମାଙ୍କ ଅବକାଶ ନିତି ମଙ୍ଗଳ ଆଳତି ପରେ ତାଙ୍କୁ ଦର୍ଶନ କରି ଆଶ୍ରିବାଦ ନେଇଛନ୍ତି । ଏହା ସହ ଭି କାର୍ତ୍ତିକେୟ ପାଣ୍ଡିଆନ ଭୋର ୪ ଘଣ୍ଟା ସମୟରେ ଆସି ମାଙ୍କ ଦର୍ଶନ କରି ତାଙ୍କରି ଆଶିଷ ଭିକ୍ଷା କରିଛନ୍ତି | ଏବଂ ଉପସ୍ଥିତ ଥିବା ଭକ୍ତମାନେ ମଧ୍ୟ ମାଆଙ୍କୁ ଦର୍ଶନକରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଭକ୍ତ ମାନେ କିପରି ଶାନ୍ତିଶୃଙ୍ଖଳାର ସହିତ ମା ଙ୍କୁ ଦର୍ଶନ କରି ପାରିବେ ସେ ନେଇ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଅତିରିକ୍ତ ଏସପି ଏବଂ ଅନ୍ୟନ୍ୟ ପୋଲିସ୍ ସହିତ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ତା କରାଯାଇ ଥିବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ପୁରୁଷୋତ୍ତମପୁର ବିଡ଼ିଓ ମନୋଜ ନାୟକ, ମନ୍ଦିର କର୍ତ୍ତୃପକ୍ଷ ଟିଜେ ରେଡି ଅତିରିକ୍ତ ଏସପି ସଂଗ୍ରାମ କେଶରୀ ବେହେରା ସୂଚନା ଦେଇଛନ୍ତି | ଏବଂ ଗଞ୍ଜାମ ଜିଲ୍ଲା ପାଳଙ୍କ ନିର୍ଦ୍ଧେଶରେ ମାଙ୍କ ଯାତ୍ରାରେ ଅବାଧ ମଦ ବିକ୍ରିବନ୍ଦ ଉପରେ ନିର୍ଦ୍ଧେଶ ଦେବା ପରେ ଛତ୍ରପୁର ଡ଼ିଏସପି ସ୍ୱାଧୀନ ସାହୁଙ୍କ ଉପସ୍ଥିତି ରେ ପୁରୁଷୋତ୍ତମପୁର ଅବକାରୀ ଇନସ ପେକ୍ଟର ଅଂଶୁମାନ ଜେନା, ଏସ ଆଇ ବିଏନ ଭୋଇ, ଡି ମହାପାତ୍ର ଙ୍କ ସହିତ ସମସ୍ତ ଅବକାରୀ ଷ୍ଟାଫ ଅବାଧ ମଦବିକ୍ରିକୁ ବନ୍ଦକରି ଏକ ଉଦାହରଣ ସୃଷ୍ଟି କରିଛନ୍ତି | ଏହାସହ ଆଜିଠାରୁ ଆରମ୍ଭ ହୋଇଛି ମାଙ୍କ ନବ ଦିନାତ୍ମକ ବାସନ୍ତୀକ ପୂଜା, ଗୋଟିଏ ଦିନରେ ମଙ୍ଗଳ ବାର ଓ ନବଦିନ ପୁଜା ପାଇଁ ଭକ୍ତଙ୍କ ଗହଳି ଲାଗିଛି ଏବଂ ଭକ୍ତ ମାନେ ମଧ୍ୟ ବହୁତ ଖୁସି ଥିବାର କହିଛନ୍ତି | ଏହାସହ ମନ୍ଦିରର ଦେବ ନିତି, ଅବକାଶ ସକାଳ ଆଳତି ପରେ ମାଙ୍କ ପାଖରେ ବରୁଣ ପୁଜା, ସୂର୍ଯ୍ୟ ପୁଜା, ହୋମ, ଷୋଡଶ ଉପଚାର ପୁଜା, ଚଣ୍ଡୀପାଠ, ବିଭିର୍ଣ୍ଣ କାର୍ଯ୍ୟକ୍ରମ ବିଦ୍ୱାନ ପୁରୋହିତ ଙ୍କ ଦ୍ୱାରା ଓ ସେବାୟତ ଙ୍କ ଦ୍ୱାରା କରାଯାଇଥିବାର ସେବାୟତ ମଧ୍ୟ କହିଛନ୍ତି | ତେବେ ଏହି ପୁଜା କାର୍ଯ୍ୟକ୍ରମ ରେ ମନ୍ଦିର ସଦସ୍ୟ ପ୍ରମୋଦ କୁମାର ପଣ୍ଡା, ମୁଖ୍ୟ ସେବାୟତ ବାପୁଜୀ ରଣା, ତପନ କୁମାର ରଣା ଙ୍କ ସହ ସମସ୍ତ ସେବାୟତ, ସ୍ବେଛାସେବୀ ସଙ୍ଘ, ଯୁବକ ସଙ୍ଘ, ଛତ୍ରପୁର ଉପଜିଲ୍ଲାପାଳ ଙ୍କ ଅଫିସ ଷ୍ଟାଫ, ପୂର୍ବତନ ରାଇପୁର ଆରାଇ ସୁବାସ ନାୟକ ଙ୍କ ସହିତ ଅନ୍ୟନ୍ୟ ମନ୍ଦିର ଷ୍ଟାଫ ସବୁ ପ୍ରକାର ସହଯୋଗ କରିଛନ୍ତି | ତେବେ ଯାତ୍ରାକୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ, ୩ଅତିରିକ୍ତ ଏସପି, ୧୫ ଜଣ ଆଇ ଆଇସି, ୨୦ଜଣ ଏସ ଆଇ ଙ୍କ ସହ ୫ ଜଣ ଏସ୍ଡ଼ିପିଓ ଯୋଗ ଦେଇଥିଲେ | ତେବେ ପୁରୁଷୋତ୍ତମପୁର ଏସ୍ଡ଼ିପିଓ ରଜନି କାନ୍ତ ସାମଲ, ଆଇ ଆଇସି ବିପିନ ବିହାରୀ ହୋତା ଙ୍କ ସହ ସବୁ ଷ୍ଟାଫ ପ୍ରତକ୍ଷ ସହଯୋଗ ରେ ଯାତ୍ରା ସମ୍ପୂର୍ଣ ହୋଇ ଥିଲା |

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.