ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡାର ବହୁ ପ୍ରସିଦ୍ଧ ନାମଯଜ୍ଞ ନିମନ୍ତେ ଶୁକ୍ରବାର ନାମଯଜ୍ଞ ମଣ୍ଡପ ସମ୍ମୁଖରେ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି। ସର୍ଗିଗୁଡା ଗୈାନ୍ତିଆ ପରିବାରର ଦାୟାଦ ସଞ୍ଜୟ ନାଏକଙ୍କ ନେତୃତ୍ୱରେ ସକାଳ ୬ ଘଣ୍ଟା ସମୟରୁ ବ୍ରହ୍ମା ପଣ୍ଡିତ ପୂଜକ ଦୁଃଖିଶ୍ୟାମ ମିଶ୍ର ପୂଜନ କାର୍ଯ୍ୟ ଆରମ୍ଭ କରିଥିଲେ। ଧାର୍ମିକ ଯୁବକ ଲବଣୀ ଭୋଇ ପୁଜନ କାର୍ଯ୍ୟରେ ସହଯୋଗ କରିଥିଲେ। ପୂଜନ କାର୍ଯ୍ୟ ସମାପନ ପରେ ଗ୍ରାମର ବରିଷ୍ଠ ବ୍ୟକ୍ତି ପରମେଶ୍ୱର ବିଶ୍ୱାଳ, ବିରେନ୍ଦ୍ର ନାଏକ, ନିଳାମ୍ବର ପଧାନ, ଶଶିଦେବ ନାଗ, କୈଳାସ ବିଶ୍ୱାଳ, କୁବେର ବିଶ୍ୱାଳ, ସନାତନ ବିଶ୍ୱାଳ, ଅର୍ଚ୍ଛୁତ ପଧାନ, ଯୁବନେତା ପ୍ରଦୀପ କୁମାର ନାଏକ, ଜତୀନ ସାହୁ, ଘନଶ୍ୟାମ ଭୋଇ, ପଙ୍କଜ ପଧାନ, ଦିଗ ପଧାନ, ବନବାସ ପଧାନ, ଭକ୍ତଚରଣ ନାଏକ, ସୁରେଶ ବିଶ୍ୱାଳ, ସୁବୋଧ ବିଶ୍ୱାଳ, ଗୌରଚନ୍ଦ୍ର ଗଉଡ, କବିରାଜ କରୁଆଁ ଯୋଗୀନ୍ଦ୍ର ରଣା, ଗୁଲେଶ ପଧାନ, ରମେଶ ବିଶ୍ୱାଳ, ସନ୍ତୋଷ ବିଶ୍ୱାଳ, କାଲିଆ ନାଏକ, ଫକୀର ନାଗ, ମାଧବ ବାରିକ ପ୍ରମୁଖ ଉପସ୍ଥିତ ରହି ଶୁଭ ସ୍ତମ୍ବ ସ୍ଥାପନା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆସନ୍ତା ମଇ ୧୯ ଅପରାହ୍ନରେ କଳସ ଯାତ୍ରା ଅନୁଷ୍ଠିତ ହେବାକୁ ରହିଥିବା ବେଳେ ୨୦/୫ ସକାଳ ୭.୧୫ରେ ଅଖଣ୍ଡ ନାମ ଆରମ୍ଭ ହେବ ବୋଲି ବୋଲି କମିଟି ସୂତ୍ରରୁ ସୂଚନା ମିଳିଛି। ମଇ ମାସରେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ଥଣ୍ଡା ପାନୀୟର ବିଶେଷ ବ୍ୟବସ୍ଥା କରାଯାଉଥିବା ନାମଯଜ୍ଞ ପରିଚାଳନା କମିଟିର ସମ୍ପାଦକ ଲଳିତ ପଧାନ ସୂଚନା ଦେଇଛନ୍ତି। ଚଳିତ ବର୍ଷ ନାମଯଜ୍ଞ ପରିଚାଳନା କମିଟିର ସଭାପତି ଭାବରେ ନାରାୟଣ ମାଝୀ, ଉପ ସଭାପତି ଭାବରେ ଜୟଦେବ ପୋଢ଼ ସମ୍ପାଦକ ଭାବରେ ଲଳିତ ପଧାନ, ଯୁଗ୍ମ ସମ୍ପାଦକ ଭାବରେ ଶେଷଦେବ ପଧାନ ଓ କୋଷାଧ୍ୟକ୍ଷ ଭାବରେ ଯତୀନ ସାହୁ ରହି ଯଜ୍ଞ ବ୍ୟବସ୍ଥା ପରିଚାଳନା କରୁଥିବା ଜଣାପଡ଼ିଛି।