ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡିଶା – ଛତିଶଗଡ଼ ସୀମାନ୍ତରେ ଯାଞ୍ଚ କଡାକଡ଼ି ଚାଲିଛି। ଏହି ପରିପେକ୍ଷୀରେ ସୀମାନ୍ତରେ ଯାଞ୍ଚ ବେଳେ ଜୋଙ୍କ ପୋଲିସ ୩ ଲକ୍ଷ ୬୯ ହଜାର ଟଙ୍କା ଜବତ କରିଛି। ଏହି ଟଙ୍କା ନୂଆପଡା ଅଂଚଳରୁ ରାୟପୁରକୁ ଯାଉଥିବା ଜଣାପଡିଛି। ତେବେ ଆବଶ୍ୟକୀୟ କାଗଜପତ୍ର ଦେଖାଇ ପାରିଣଥିବାରୁ ନଗଦ ଟଙ୍କା ଜବତ ହୋଇଛି। ଆଗାମୀ ଦିନରେ କାଗଜପତ୍ର ଦାଖଲ କଲେ ଟଙ୍କା ଫେରସ୍ତ କରାଯିବ ବୋଲି ଆଇଆଇସି ଗୁରୁଦେବ କର୍ମୀ ପ୍ରକାଶ କରିଛନ୍ତି।