ପୁରୀରେ ରୋଡ଼ ସୋ’ କରିବେ ପ୍ରଧାନମନ୍ତ୍ରୀ ମୋଦୀ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବା ପରେ ସବୁ ଦଳର ନଜରରେ ଏବେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ଆସନ ଉପରେ। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ୧୨ ଲୋକସଭା ଆସନ ଓ ୮୪ଟି ବିଧାନସଭା ଆସନ ଦଖଲ କରିବାକୁ ସବୁ ଦଳ ଆଗୁଆ ରଣନୀତି କରିଛନ୍ତି। ଅଧିକରୁ ଅଧିକ ଲୋକଙ୍କ ଆକୃଷ୍ଟ କରିବା ପାଇଁ ଜୋରଦାର ପ୍ରଚାର କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ବିଜେପି ପାଇଁ ପ୍ରଚାର କରିବାକୁ ଆସୁଛନ୍ତି ଦଳର ସବୁଠାରୁ ବଡ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଆସନ୍ତାକାଲି ପୁଣି ଭୁବନେଶ୍ୱର ଆସିବେ ମୋଦୀ। ସୋମବାର ପୁରୀରେ ରୋଡ ସୋ କରିବେ। ତା ପରେ କଟକ ଓ ଅନୁଗୁଳରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି। ମୋଦୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.