ଅଚଳ ହୋଇ ପଡିଛି ନର୍ଲାର କ୍ୟାସ ଡିପୋଜିଟ ମେସିନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜ୍ଞାନର ଦୃତ ବିକାଶ ଫଳରେ ଏଟିଏମ ମେସିନ ସାହାଯ୍ୟରେ ନିଜ ଆକାଉଣ୍ଟରେ ଗଚ୍ଛିତ ଟଙ୍କାକୁ ଅନାୟାସ ଓ ଅତି ସରଳ ଭାବରେ କଢାଯାଇ ପାରୁଥିବା ବେଳେ ବ୍ୟାଙ୍କ ଗୁଡିକରେ ଭିଡ କମାଇବା ପାଇଁ ଏବେ ବିଭିନ୍ନ ସହରର ବିଭିନ୍ନ ଛକସ୍ଥିତ ଏଟିଏମ କାଉଣ୍ଟର ଗୁଡିକ ପାଖରେ ଟଙ୍କା ଜମା ମେସିନ ଗୁଡିକ ଲାଗିଛି। ଫଳରେ ଏଥିରୁ ଲୋକେ ଅନେକ ସୁବିଧା ପାଉଥିବା ଦେଖିବାକୁ ମିଳୁଛି। ନର୍ଲାରେ ମଧ୍ୟ ଗତ ବର୍ଷେ ତଳେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପାଖରେ ରହିଥିବା ଏଟିଏମ କାଉଣ୍ଟର ପାର୍ଶ୍ୱରେ ଟଙ୍କା ଜମାକାରୀ ମେସିନଟି ସ୍ଥାପନା କରାଗଲା। ଏଥରୁ ଲୋକେ ଅନେକ ସୁବିଧା ପାଇପାରିଲେ। ଗୋଟିଏ ସ୍ଥାନରେ ହିଁ ଟଙ୍କା କାଢିବା ପାଇଁ ଏଟିଏମ ମେସିନ ଓ ଟଙ୍କା ଜମା କରିବା ମେସିନ ମଧ୍ୟ ରହିଲା। ଫଳ ସ୍ୱରୁପ ନର୍ଲା ଏସବିଆଇ ମଧ୍ୟରେ ହେଉଥିବା ପ୍ରବଳ ଜନଗହଳିରୁ ଟିକେ ନିସ୍ତାର ମିଳିଲା। ହେଲେ ଗତ ଅପ୍ରେଲ ମାସରୁ ଏହି ଟଙ୍କା ଜମାକାରୀ ମେସିନଟି ଅଚଳ ହୋଇ ପଡିବା ଫଳରେ ଲୋକେ ନାହିଁ ନଥିବା ହଇରାଣ ହେବା ସାଙ୍ଗକୁ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କରେ ଘଣ୍ଟା ଘଣ୍ଟା ଧରି ଲାଇନରେ ରହିବାକୁ ପଡୁଛି। ଏଣୁ ବ୍ୟାଙ୍କରେ ଆଗଭଳି ପୁଣି ନିତି ପ୍ରତି ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ସୂଚନାରୁ ଜଣପଡିଛି ନର୍ଲାରେ ରହିଥିବା ଏହି ଟଙ୍କା ଜମାକାରୀ ମେସିନଟି ବାସ୍ତବରେ ପୁରୁଣା ମେସିନ। ଅନ୍ୟ ବ୍ୟାଙ୍କ ଶାଖାରୁ ଆଣି ଏଇଠି ଲଗା ଯାଇଛି। ଏଣୁ ଏହା ଅଳ୍ପ ଦିନ ମଧ୍ୟରେ ଖରାପ ହୋଇଗଲା ବୋଲି ଲୋକେ ମତବ୍ୟକ୍ତ କରୁଛନ୍ତି। ନର୍ଲାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଦୁଇଗୋଟି, ବ୍ୟାଙ୍କ ଅଫ ଇଣ୍ଡିଆର ଗୋଟିଏ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଗୋଟିଏ ଏଭଳି ମୋଟ ଚାରିଗୋଟି ଏଟିଏମ କାଉଣ୍ଟର ରହିଥିବା ବେଳେ ଏହି ଟଙ୍କା ଡିପୋଜିଟ ମେସିନ ନୂଆ ଭାବରେ ଗତ ବର୍ଷ ସ୍ଥାପିତ ହୋଇଥିଲା। ଏବେ ସବୁ କାମରେ ଅନଲାଇନ କାରବାର ଚାଲୁଥିବାରୁ ନିଜ ଖାତାରେ ଏହି ମେସିନ ଜରିଆରେ ଲୋକେ ଟଙ୍କା ଡିପୋଜିଟ କରି ଉପକୃତ ହେଉଥିଲେ। ହେଲେ ମେସିନଟି ଦୀର୍ଘ ଗୋଟାଏ ମାସ ରୁ ଉର୍ଦ୍ଧ୍ୱ ସମୟ ହୋଇଗଲା ଅଚଳ ହୋଇ ପଡିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି। ବ୍ୟାଙ୍କ କତ୍ତୃପକ୍ଷଙ୍କୁ ଏମେସିନର ଅଚଳତା ନେଇ ପ୍ରଶ୍ନ କଲେ ଆଉ ମାତ୍ର ଚାରିଦିନ ଅପେକ୍ଷା କରନ୍ତୁ। ଏ ମେସିନକୁ ସ୍ଥାନାନ୍ତର କରାଯାଇ ନୂତନ ମେସିନ ସ୍ଥାପନା କରାଯିବ ବୋଲି କହୁଛନ୍ତି। ହେଲେ ଗ୍ରାହକ କିନ୍ତୁ ଏହି ଅଚଳ ହୋଇ ପଡିଥିବା ଟଙ୍କା ଜମାକାରୀ ମେସିନକୁ ସଜଡା ଯାଉ ନତୁବା ନୂଆ ମେସିନ ଶୀଘ୍ର ସ୍ଥାପନା କରାଯାଉ ବୋଲି ଦାବୀ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.