ସର୍ଗିଗୁଡା ନାମଯଜ୍ଞ ପାଇଁ ଚାଲିଛି ଯୋରସୋର ପ୍ରସ୍ତୁତି

ରବିବାର ଗାୟତ୍ରୀ ଯଜ୍ଞ, କଳସ ଯାତ୍ରା ଓ ଅଧିବାସ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସର୍ଗିଗୁଡାର ବହୁ ପ୍ରସିଦ୍ଧ ୨୪ ପ୍ରହର ନାମଯଜ୍ଞ ପାଇଁ ପ୍ରସ୍ତୁତି ଯୋରସୋରରେ ଚାଲିଛି। ସୋମବାର ସକାଳ ୭.୧୫ ଟାରେ ନାମ ଆରମ୍ଭ ହେବାକୁ ରହିଥିବା ବେଳେ ରବିବାର ଅପରାହ୍ନରେ କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନାମଯଜ୍ଞରେ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ଚଳିତ ବର୍ଷ ମଧ୍ୟ ଡାଳ ଛାମୁଡିଆର ବ୍ୟବସ୍ଥା କରିଛି ନାମଯଜ୍ଞ ପରିଚାଳନା କମିଟି। ଡାଳ ଛାମୁଡିଆ ନିର୍ମାଣ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଆଉ ବିଶେଷ କାର୍ଯ୍ୟକ୍ରମ ଭାବରେ ରବିବାର ଅପରାହ୍ନରେ କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ସକାଳ ୭ ଘଣ୍ଟାରୁ ନାମଯଜ୍ଞ ମଣ୍ଡପ ପରିସରରେ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହେବ ଓ ପୂର୍ବହ୍ନ ୧୦ ଘଣ୍ଟା ସମୟରେ ଗ୍ରାମର ବ୍ରତୀ ମାନେ ରବିନାରାୟଣ ବ୍ରତ କରିବେ ବୋଲି ସମୟ ନିର୍ଘଣ୍ଟ ସ୍ଥିରିକୃତ ହୋଇଥିବା ଗାୟତ୍ରୀ ପରିବାରର ବରିଷ୍ଠ କର୍ମକର୍ତ୍ତା ଚକ୍ରଧର ସା ସୂଚନା ଦେଇଛନ୍ତି। ଚଳିତ ବର୍ଷ ନାମଯଜ୍ଞ ପରିଚାଳନା କମିଟିର ସଭାପତି ନାରାୟଣ ମାଝୀଙ୍କ ଅଧ୍ୟକ୍ଷତାରେ ବାରମ୍ବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଶେଷ ପର୍ଯ୍ୟାୟରେ ଶୁକ୍ରବାର ସଂଧ୍ୟାରେ ବିଭାଗ ବଣ୍ଟନ ବୈଠକ ମଧ୍ୟ ଅନୁଷ୍ଠିତ ହୋଇସାରିଛି। ଚଳିତ ବର୍ଷ ପରିଚାଳନା ସମିତିର କର୍ମକର୍ତ୍ତା ଭାବରେ ଉପସଭାପତି ଜୟଦେବ ପୋଢ, ସାଧାରଣ ସମ୍ପାଦକ ଭାବରେ ଲଳିତ ପଧାନ, ଯୁଗ୍ମ ସମ୍ପାଦକ ଭାବରେ ସଞ୍ଜୟ ନାଏକ, ସଂକୀର୍ତ୍ତନ ପଧାନ ଓ ଶେଷଦେବ ପଧାନ, କୋଷାଧ୍ୟକ୍ଷ ଭାବରେ ଜତୀନ ସାହୁ ଦାୟୀତ୍ବ ନିର୍ବାହନ କରୁଛନ୍ତି। ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବରେ ବୀରକିଶୋର ମାଝୀ, ଗିରିଧାରୀ ଗଉଡ, ଜହରଲାଲ ବିଶ୍ୱାଳ,ଜଗମୋହନ ପଧାନ, ସନାତନ ବିଶ୍ୱାଳ, ଭକ୍ତଚରଣ ନାଏକ, ତ୍ରୀଲୋଚନ ନାଏକ ପ୍ରମୁଖ ରହି ନାମଯଜ୍ଞ ପରିଚାଳନା କରୁଛନ୍ତି। ଯଜ୍ଞକର୍ତ୍ତା ଭାବରେ କିଶୋରୀମଣି ବେହେରା ଓ ଗୌରଚନ୍ଦ୍ର ବେହେରା ଦମ୍ପତି ଦାଇତ୍ୱ ନିର୍ବାହନ କରୁଥିବା ବେଳେ ମୂଖ୍ୟ ପୂଜକ ଭାବରେ ପଣ୍ଡିତ ପ୍ରଫୁଲ୍ଲ କୁମାର ସୁପକାର, ପାଚକ ଭାବରେ ନାରାୟଣ ପାଢୀ, ଜପକ ଭାବରେ ବୃନ୍ଦାବନ ମିଶ୍ର ଓ କୈଳାସ ଦାସ ଦାଇତ୍ୱ ନିର୍ବାହନ କରିବେ। ଅନ୍ନଛତ୍ର ପରିଚାଳନା ପାଇଁ ପାଚକ ଭାବରେ ସୁସାନ୍ତ ମିଶ୍ର ଟିମକୁ କମିଟି ଦାଇତ୍ୱ ପ୍ରଦାନ କରିଛି। ନାମଯଜ୍ଞ ପାଇଁ ଯଜ୍ଞ ମଣ୍ଡପ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛି। ଆୟୋଜକ ସର୍ଗିଗୁଡାର ଦୁଇଗୋଟି ଦଳ ସମେତ ୧୪ ଗୋଟି ସଂକୀର୍ତ୍ତନ ମଣ୍ଡଳୀକୁ ନିମନ୍ତ୍ରଣ କରିଛି ପରିଚାଳନା କମିଟି । ସର୍ଗିଗୁଡା(କ), ସର୍ଗିଗୁଡା(ଖ), ତୋରା, ସିନ୍ଧିମୁଣ୍ଡା, ଚନ୍ଦାହାଣ୍ଡି, ଟୁର୍ଚ୍ଚି, ଡୁମେରବାହାଲ, ଗରିଆବନ୍ଧ, ବୋରଗୁଡା, ଶାନ୍ତପୁର, ଉଦେପୁର(ଟିଟିଲାଗଡ), ବେହେରାପାର୍ଟି, ଡୁମାଲପଡା, ନର୍ଲା ପ୍ରମୁଖ ଦଳ ୨୪ ପ୍ରହର ନାମଯଜ୍ଞରେ ଅଂଶ ଗ୍ରହଣ କରିବେ ବୋଲି କମିଟି ସୂତ୍ରରୁ ଜଣାପଡିଛି। ଧିରୋଜ ପୋଢ, ରଘୁନାଥ ମାଝୀ, ପ୍ରହ୍ଲାଦ ଧରାଇ, ଚନ୍ଦନ ସୋନୀ, ଅଚ୍ୟୁତାନନ୍ଦ ଶତପଥି, ସଞ୍ଜୟ ସାହୁ, ନରସିଂହ ନାଗ, ଶ୍ରୀଧର ହେର୍ଣ୍ଣା, ସୁଧାଂଶୁ ଗହୀର, କାନ୍ତ ସା, ଜିତୁ ନାଗ, ନିତ୍ୟାନନ୍ଦ ଗଉଡ, ଚାରୁଚନ୍ଦ୍ର ଛୁରିଆ, ପ୍ରସନ୍ନ ପୁଜାରୀ ଭଳି ସଂକୀର୍ତ୍ତନ ଗୁରୁଙ୍କ ସମାଗମ ହେଉଥିବାରୁ ଚଳିତ ବର୍ଷର ସର୍ଗିଗୁଡା ୨୪ ପ୍ରହର ନାମଯଜ୍ଞ ଖୁବ ଜମିବ ବୋଲି ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। ମଇ ୨୦ ରୁ ୨୩ ତିନିଦିନ ଧରି ନାଯଜ୍ଞ ଚାଲିବାକୁ ରହିଥିବା ବେଳେ ପ୍ରବଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ପାନୀୟ ଜଳର ସୁବ୍ୟବସ୍ଥା ଓ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି ସମ୍ପାଦକ ଲଳିତ ପଧାନ ମତବ୍ୟକ୍ତ କରିବା ସହ ସମସ୍ତଙ୍କ ସହଭାଗୀତା ଓ ଉପସ୍ଥିତି ଏକାନ୍ତ କାମ୍ୟ ବୋଲି ଗ୍ରାମବାସୀ ଓ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.