ବିପଦକୁ ହାତ ଠାରି ଡାକୁଛି କିଡିଙ୍ଗ ଗାଁର ଟ୍ରାନ୍ସଫର୍ମର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଖୋଲାମେଲାରେ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର, ତାହା ପୁଣି ଲଟାବୁଦାରେ ପରିପୂର୍ଣ୍ଣ, ଯାହା ବିପଦକୁ ହାତ ଠାରି ଡାକୁଛି। ଏମିତି ଏକ ଦୃଶ୍ୟ ଦେଖୁବାକୁ ମିଳିଛି ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ଅନ୍ତର୍ଗତ କିଡିଙ୍ଗ ଗାଁ ରାସ୍ତା କଡରେ ଥିବା ଟ୍ରାନ୍ସଫର୍ମର। ଗାଁ ମୁହଁ ରାସ୍ତା କଡରେ ଥିବା ଏହି ଲଟାବୁଦା ଘେରା ଟ୍ରାନ୍ସଫର୍ମର ଯୋଗୁଁ ବର୍ଷା ହେଲେ ଗଛରେ ବିଦ୍ୟୁତ ପ୍ରବାହ ହେଉଛି। ସେହି ପାଖ ଦେଇ ଗାଈଗୋରୁ ଏବଂ ଲୋକେ ଯାତାୟତ ହେଉଥିବାବେଳେ କେତେବେଳେ କାହାର ଜୀବନ ଯେ ଚାଲିଯିବ ଯିବ ସେ ନେଇ ଗ୍ରାମବାସୀ ଆଶଙ୍କାରେ ରହିଆସୁଥୁବା ବେଳେ ଆଜି ଗାଈ ବାଛୁରି ହଳେ ବିଦ୍ୟୁତ ଆଘାତରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅନେକ ସ୍ଥାନରେ ବିଦ୍ୟୁତ ଅଘଟଣ ପରେ ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରକୁ ବାଡ଼ବନ୍ଦୀ ସହ କୌଣସି ଅଘଟଣ ଯେପରି ନ ଘଟେ ସେଥିପ୍ରତି ଯତ୍ନବାନ ହେବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ ହେଁ ବିଶ୍ଵନାଥପୁର ବିଦ୍ୟୁତ ବିଭାଗ ଏଥିପ୍ରତି ଆଦୌ ଦୃଷ୍ଟି ଦେଉ ନଥବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ତେବେ ବିଭାଗୀୟ ଅଧିକାରୀ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.