ଟି୨୦ ବିଶ୍ୱକପ : ଟିମ ଇଣ୍ଡିଆ ୨୦୨୪ରେ ଜିତିବ କି ଟାଇଟଲ

ଓଡ଼ିଆ ବାର୍ତ୍ତା / ନୂଆଦିଲ୍ଲୀ: ଟି୨୦ ବିଶ୍ୱକପକୁ ନେଇ ଆରମ୍ଭ ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍ । ଜୁନ ୧ରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଏହା ଆରମ୍ଭ ହେବ । ଇଂଲଣ୍ଡ ଟାଇଟଲ ବଜାୟ ରଖିବା ପାଇଁ ଉଦ୍ୟମ କରିବ ଏବଂ ଅଷ୍ଟ୍ରେଲିଆ ଦିନିକିଆ ଓ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଜିତିବା ପରେ ଏହାକୁ ଜିତି ହ୍ୟାଟ୍ରିକ ଟାଇଟଲ ହାତେଇବା ପାଇଁ ଚାହିଁବ । କ୍ରିକେଟର ଜ୍ୱର ଅବଶ୍ୟ ଭାରତରେ ନିର୍ବାଚନ ଚାଲିଥିବାରୁ ଟିକେ ମାନ୍ଦା ରହିଥିଲା । ଏବେ ଏହା ସରି ଆସୁଥିବାରୁ ପ୍ରଶଂସକମାନଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । କ୍ରିକେଟର ଏହି ନୂତନ ଫର୍ମାଟର ବିଶ୍ୱକପ ୨୦୦୭ରେ ଆରମ୍ଭ ହୋଇଥିଲା । ପଦାର୍ପଣ ସଂସ୍କରଣରେ ଭାରତ ଚାମ୍ପିୟନ ହୋଇଥିଲା । ଏହା ପରଠାରୁ ଟିମ ଇଣ୍ଡିଆ ଆଉ ଟାଇଟଲ ହାସଲ କରିପାରି ନାହିଁ । ୨୦୧୪ରେ ଦଳ ଶ୍ରୀଲଙ୍କାଠାରୁ ଫାଇନାଲରେ ହାରି ରନର୍ସଅପ ହୋଇଥିଲା । ୨୦୦୭ରେ ଯୁବରାଜ ସିଂଙ୍କ ୬ ବଲରୁ ୬ ଛକା ଏବଂ ଯୋଗିନ୍ଦର ଶର୍ମାଙ୍କ ଶେଷ ଓଭର ବୋଲିଂ ଏବେ ବି ପ୍ରଶଂସକଙ୍କ ମନରୁ ଲିଭି ନାହିଁ । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଏହି ଟାଇଟଲ ଜିତିଥିଲା । ୨୦୧୦ ବିଶ୍ୱକପରେ ସୁରେଶ ରାଇନା ପ୍ରଥମ ଭାରତୀୟ ଭାବେ ଶତକ ହାସଲ କରି ନିଜ ନାମ ରେକର୍ଡ ବୁକରେ ଲିପିବଦ୍ଧ କରିଥିଲେ । ୨୦୨୩ରେ ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ହାରିବା ପ୍ରଶଂସକଙ୍କୁ ନିରାଶ କରିଥିଲା । ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ଇଣ୍ଡିଆ ୨୦୨୪ରେ ଟାଇଟଲ ଜିତି ପ୍ରଶଂସକଙ୍କ ମନ ରଖିବେ ବୋଲି ଆଶା କରାଯାଉଛି । ୨୪ ବର୍ଷ ପରେ ଭାରତ ପୂନର୍ବାରେ ଚାମ୍ପିୟନ ହେବ ବୋଲି ଆଶା ବ୍ୟକ୍ତ କରାଯାଉଛି । ଭାରତ ଟି୨୦ ବିଶ୍ୱକପରେ ଓଭରାଲ ୪୪ ମ୍ୟାଚ ଖେଳିଛି । ଏଥିରେ ୨୭ରେ ବିଜୟ ହାସଲ କରିଥିବା ବେଳେ ୧୫ରେ ପରାଜିତ ହୋଇଛି । ଗୋଟିଏ ମ୍ୟାଚ ଟାଇ ରହିଥିବା ବେଳେ ଗୋଟିଏ ଫଳାଫଳ ଶୂନ୍ୟ ରହିଥିଲା ।୨୦୦୭ରେ ଇଂଲଣ୍ଡ ବିପକ୍ଷରେ ଭାରତ (୨୮୧/୪) ସର୍ବାଧିକ ସ୍କୋର କରିଥିଲା । ସେହିପରି ୨୦୧୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବନିମ୍ନ ୭୯ ରନ କରିଥିଲା । ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଭାରତ ପକ୍ଷରୁ ସର୍ବାଧିକ ୧୧୪୧ ରନ ସଂଗ୍ରହ କରିଛନ୍ତି । ସେ ୨୭ ମ୍ୟାଚରେ ୮୧.୫୦ ଆଭରେଜରେ ୧୩୧.୩୦ ଷ୍ଟ୍ରାଇକ ରେଟରେ ଏହି ରନ ସଂଗ୍ରହ କରିଥିଲେ । ତାଙ୍କ ପଛକୁ ରୋହିତ ଶର୍ମା( ୩୯ ମ୍ୟାଚରେ ୯୬୩ ରନ) ଓ ଯୁବରାଜ ସିଂ ୩୧ ମ୍ୟାଚରେ ୫୯୩ ରନ ସଂଗ୍ରହ କରିଛନ୍ତି । ସେହିପରି ବୋଲିଂରେ ରବିଚନ୍ଦ୍ରନ ଅଶ୍ୱୀନ ୨୪ ମ୍ୟାଚରୁ ୩୨ ୱିକେଟ ହାତେଇଛନ୍ତି । ତାଙ୍କ ପଛକୁ ରବୀନ୍ଦ୍ର ଜାଡେଜା( ୨୨ ମ୍ୟାଚରୁ ୨୧ ୱିକେଟ) ଓ ହରଭଜନ ସିଂ (୧୯ ମ୍ୟାଚରୁ ୧୬ ୱିକେଟ) ରହିଛନ୍ତି । ରୋହିତ ଶର୍ମା ଭାରତ ପକ୍ଷରୁ ସର୍ବାଧିକ ୧୬ କ୍ୟାଚ ନେଇଛନ୍ତି । ଟିମ ଇଣ୍ଡିଆ ୨୦୦୯, ୨୦୧୦ ଓ ୨୦୧୨ରେ ସୁପର ଏଇଟରେ ଅଭିଯାନ ଶେଷ କରିଥିଲା । ୨୦୧୪ରେ ରନର୍ସଅପ ଓ ୨୦୧୬ରେ ସେମିଫାଇନାଲରୁ ବିଦାୟ ନେଇଥିଲା । ୨୦୨୧ରେ ସୁପର ୧୨ରୁ ଏବଂ ୨୦୨୨ରେ ସେମିଫାଇନାଲରେ ହାରି ଯାଇଥିଲା । ଭାରତ ନିକଟରେ ଏଥର ଏକ ଶକ୍ତିଶାଳୀ ଟିମ ରହିଛି । ଆଉ ରୋହିତଙ୍କ ନେତୃତ୍ୱରେ ଭାରତ କୋଚ ରାହୁଲ ଡ୍ରାଭିଡଙ୍କ ପାଇଁ ଏହି ଟାଇଟଲ ଜିତିବାକୁ ନିଶ୍ଚିତ ଭାବେ ଚାହିଁବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.