ବିବାହିତା ମହିଳାଙ୍କୁ ହତ୍ୟା ଅଭିଯୋଗ, ୩ ଗିରଫ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ବୌଦ୍ଧ ଜିଲ୍ଲା ଘଣ୍ଟା ପଡ଼ା ଥାନା ଅନ୍ତର୍ଗତ ଗିଧାମାଲ ଗ୍ରାମରେ ଜଣେ ବିବାହିତ ଯୁବତୀଙ୍କୁ ହତ୍ୟା ଘଟଣାରେ ଆଜି ସ୍ବାମୀ, ଶ୍ବଶୁର ସହ ଦେଢ଼ଶୁରଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧିନସ୍ଥ ଖରଝୁରା ଗ୍ରାମର ଧନେଶ୍ୱରୀ ମାଝୀ (୨୧) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟା ପଡ଼ା ଥାନା ଗିଧାମାଲ୍ ଗ୍ରାମର କେଶରାଜ୍ ମାଝିଙ୍କୁ ଗତ ୨୦୨୩ ମସିହା ଜାନୁଆରୀ ୧୦ ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଧନେଶ୍ୱରୀଙ୍କୁ ଯୌତୁକ ବାବଦରେ ଏକ ଲକ୍ଷ ଟଙ୍କା ଓ ଏକ ଭରି ସୁନା ଗହଣା ଆଣିବାକୁ ବାଧ୍ୟ କରୁଥିବା ଝିଅର ବାପା ଅଭିଯୋଗ କରିଥିଲେ। ଯୌତୁକ ପାଇଁ ପାରିବାରିକ କଳହ ଲାଗି ରହିଥିବା ବେଳେ ଧନେଶ୍ଵରି କିଛି ଦିନ ବାପ ଘରେ ରହି ଆସୁଥିବା ବେଳେ ଗତ ୨ମାସ ହେବ ଗିଧାମାଳ ଗ୍ରାମକୁ ଆସିଥିଲେ। ଗତ ୨୮ ତାରିଖ ରାତିରେ ପରିବାର ସହ ଝିଅ କଥା ହୋଇଥିବା ବେଳେ ୨୯ ତାରିଖ ଝିଅର ମୃତ୍ୟୁ ହୋଇଥିବା ଫୋନ୍ କରି ଜଣାଇ ଥିଲେ। ଫୋନ୍ ପାଇବା ପରେ ବାପା ନିଜ ସମ୍ପର୍କୀୟଙ୍କ ସହ ଗିଧାମାଲ୍ ଗ୍ରାମରେ ପହଞ୍ଚି ଝିଅ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଝିଅର ନାକ ଓ ମୁହଁ ରୁ ଫେଣ ବାହାରୁଥିବା ବେଳେ ଯୌତୁକ ପାଇଁ ତାକୁ ତଣ୍ଟି ଚିପି ହତ୍ୟା କରିଥିବା ବାପା ଅଭିଯୋଗ କରିଛନ୍ତି। ଏ ନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ଘଣ୍ଟା ପଡ଼ା ଥାନାରେ ୮୬/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟି ଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରାଯାଇ ତଦନ୍ତ ଜାରି ରହିଥିବା ବେଳେ ପୁଲିସ ହତ୍ୟା ଘଟଣାରେ ସଂପୃକ୍ତ ଥିବା ୩ଜଣକୁ ଆଜି ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ସ୍ବାମୀ କେଶରାଜ ମାଝୀ, ଶ୍ବଶୁର ଲିଙ୍ଗ ମାଝୀ ( ୬୫) ଓ ଦେଢ଼ଶୁର ତେଜରାଜ୍ ମାଝୀ (୩୪) ବୋଲି ଜଣା ପଡିଛି। ସମସ୍ତ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜଦକୁ ପଠାଇ ଦିଆ ଯାଇଥିବା ଘଣ୍ଟାପଡ଼ା ଥାନା ଅଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.