ଜାପାନରେ ହାଇଡ୍ରୋପୋନିକ ଚାଷ ଉପରେ ଉଚ୍ଚତର ଗବେଷଣା ସମ୍ବନ୍ଧିତ ସଂଦର୍ଭ ଉପସ୍ଥାପନ କରିବେ ବୁର୍ଲାର ପ୍ରସେନଜିତ ପାଢୀ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ଆଜିକାଲି ହାଇଡ୍ରୋପୋନିକ  ଚାଷ ବହୁଳ ଭାବରେ ଆଦୃତ ହେବାରେ ଲାଗିଛି l ମୃତ୍ତିକା ବିନା କେବଳ ତରଳ ଦ୍ରବଣ ମାଧ୍ୟମରେ ଏଇ ଚାଷ କରାଯାଉଛି l ଉଦ୍ଭିଦ ର ଆବଶ୍ୟକତା ଅନୁଯାୟୀ ସମସ୍ତ ଅନୁସାର (micronutrient), ଜୀବସାରର ସମିଶ୍ରଣରେ ତରଳ ଦ୍ରବଣ ପ୍ରସ୍ତୁତ କରାଯାଇ ବିଭିନ୍ନ ପ୍ରକାରର ଶାଗ, ପନିପରିବା, ଘାସ ଇଦ୍ୟାଦି ଚାଷ କରାଯାଇପାରୁଛି l ଏହା ଉପରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଗବେଷଣାଗାର ମାନଙ୍କରେ ଅଧିକରୁ ଅଧିକ ଗବେଷଣା ଜାରି ରହିଛି l ଏହି ପରିପ୍ରେକ୍ଷୀରେ ଗୌହାଟୀ ଆଇଆଇଟି ର ମେକାନିକାଲ ଇଞ୍ଜିନିୟରିଂ ଗବେଷଣା ଗାରରେ ହାଇଡ୍ରୋପୋନିକ ଦ୍ରବଣରେ ଚେର ମାନଙ୍କ ସମ୍ବେଦନଶୀଳତା ତଥା ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଓ ଗତିଶୀଳତାକୁ ଯନ୍ତ୍ର ସାହାଯ୍ୟରେ ପରୀକ୍ଷଣ କରାଯାଇ ବିଭିନ୍ନ ପ୍ରକାରର ଅନୁଧ୍ୟାନ କରାଯାଉଛି l ଗୌହାଟୀ ଆଇଆଇଟିର ମେକାନିକାଲ ଇଞ୍ଜିନିୟରିଂ ବିଭାଗରେ ସ୍ନାତକତ୍ତୋର ଅଧ୍ୟୟନରତ ସମ୍ବଲପୁର ଜିଲ୍ଲା ବୁର୍ଲାର ଛାତ୍ର ପ୍ରସେନଜିତ ପାଢୀ ଙ୍କ “Plant…. root dynamic inside fluidic device : a noble phytofluidics approach” ବିଷୟ ଉପରେ ଏକ ଗବେଷଣା ସଂଦର୍ଭ ଜାପାନ ର Kyusu institute of technology ରେ ଆସନ୍ତା ଜୁନ୍ ୧୩ ତାରିଖ ଦିନ ଉପସ୍ଥାପନ କରିବାକୁ ଯୋଗ୍ୟ ବିବେଚିତ ହୋଇଛି l ଜୁନ୍ ୧୦ ରୁ ୧୫ ତାରିଖ ଯାଏଁ ହେବାକୁ ଥିବା Japan-Asia youth exchange program in science… i.e., SAKURA exchange program in science ତରଫରୁ ଜାପାନ ର Kyusu Institute of technology ରେ ଏଇ ପ୍ରୋଗ୍ରାମ ଅନୁଷ୍ଠିତ ହେବାକୁ ଯାଉଛି l ଏହି ଗବେଷଣା ଦ୍ଵାରା ହାଇଡ୍ରୋପୋନିକ ଚାଷ ଅଧିକରୁ ଅଧିକ ବିକଶିତ ହୋଇ କୃଷି କ୍ଷେତ୍ରରେ ଆହୁରି ଅଧିକ ଆଦୃତ ହେବା ସଙ୍ଗେ ସଙ୍ଗେ ଏକ ସକାରାତ୍ମକ ଯୁଗୋପଯୋଗୀ ପରିବର୍ତନ ଅଣାଯାଇପାରିବ ବୋଲି ଗବେଷକ ମହଲରେ ଆଶା କରାଯାଉଛି। ଉକ୍ତ ସଂଦର୍ଭକୁ ଉପସ୍ଥାପନ କରିବା ପାଇଁ  ପ୍ରସେନଜିତ ପାଢୀ ଆସନ୍ତା ଜୁନ୍ ୭ ତାରିଖ ଦିନ ଜାପାନ ଗସ୍ତ କରୁଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, ପ୍ରସେନଜିତ ହେଉଛନ୍ତି ଶିଶୁ କଲ୍ଯାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀ ଓ ଡକ୍ଟର ମମତା ପାଢୀଙ୍କ ସୁପୁତ୍ର।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.