ବୋରପଦରଠାରେ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ୱଶାନ୍ତି ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାର ଯଜ୍ଞ ମାନ ଅନୁଷ୍ଠିତ ହେଉଥିବା ବେଳେ ଆଜି ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୋରପଦର ଗ୍ରାମରେ ପଞ୍ଚକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗାଁ ଧାରିଣୀ ଗୁଡ଼ିକୁ ଯାଇ ଗାଁ ମୁଖ୍ୟ ଲୋକନାଥ ମାଝୀ ରୀତିନୀତି ଅନୁସାରେ ପୂଜାର୍ଚନା କଲାପରେ ପଞ୍ଚକୁଣ୍ଡିୟ ମହା ଗାୟତ୍ରୀ ଯଜ୍ଞ ଆରମ୍ଭ ହୋଇଥିଲା। ଏହି ପଞ୍ଚକୁଣ୍ଡିୟ ମହାଯଜ୍ଞରେ ଶାନ୍ତି କୁଞ୍ଜ ହରିଦ୍ଵାରର ବରିଷ୍ଠ ପରିବ୍ରାଜକ ଅଶୋକ ପେଣ୍ଡୋଇ ଯୋଗଦେଇ ଶୁଭାରମ୍ଭ କରିଥିଲେ ଓ ଉପସ୍ଥିତ ଗାୟତ୍ରୀ ପରିବାରକୁ ସମାଜରେ ଯେତେ ପ୍ରକାର ସମସ୍ୟା ଦେଖା ଯାଇଛି ସେହି ସମସ୍ୟା ଉପରେ ବିସ୍ତୃତ ଭାବରେ ବୁଝେଇ ଥିଲେ। ଆଜିର ପଞ୍ଚକୁଣ୍ଡିୟ ମହାଯଜ୍ଞ କାର୍ଯ୍ୟକ୍ରମରେ ଦୂର ଦୁରାନ୍ତର ଶତାଧିକ ମହିଳା ଓ ପୁରୁଷ ଗାୟତ୍ରୀ ପାରିବାରୁ ଯୋଗଦେଇ ବିଶ୍ୱ ଶାନ୍ତି ପାଇଁ ହୋମ କରିବା ସହିତ ଆଶୀର୍ବାଦ ଭିକ୍ଷା କରିଥିବାବେଳେ ଏଥିରେ ଅନେକ ଲୋକ ଗାୟତ୍ରୀ ଦୀକ୍ଷା ଗ୍ରହଣ କରିଥିଲେ। ଉକ୍ତ ଗାୟତ୍ରୀ ମହାଯଜ୍ଞ ଲାଞ୍ଜିଗଡ଼ ବ୍ଲକ ଗାୟତ୍ରୀ ପରିବାର ମୁଖ୍ୟ ବ୍ଲକ ସଂଯୋଜକ ପରମେଶ୍ୱର ନାଏକ, ପୁର୍ଣିମା ନାଏକ, ଶୁକଦେବ ଅଗ୍ରୀୟା, ବିଷ୍ଣୁ ସାହୁ, ଦିଗଧର ପଟେଲ, ଲୋକେଶ୍ୱ ଅଗ୍ରୀୟା, ରାଜୀବ ହରପାଳ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଆଞ୍ଚଳିକ ପୂଜା କମିଟି ବୈଦ୍ୟନାଥ ନାଏକ, ନୀଳକଣ୍ଠ ଦୁର୍ଗାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗ ଦେଇ ଗାୟତ୍ରୀ ପରିବାରଙ୍କୁ ଉଚ୍ଚାହିତ କରିଥିଲେ। ଗ୍ରାମର ନୀଳକଣ୍ଠ ଦୁର୍ଗା, ସୌଦାଗର ବାଗ, ଲିଙ୍ଗରାଜ ଦୁର୍ଗା, ମହାଦେବ ନାଏକ, ଜୟଶଙ୍କର ନାଏକ, କାଳିଦାସ ବାଗ,ଲୋକନାଥ ମାଝୀ, ସୁନା ମାଳି ଦୁର୍ଗା, କୁମରମଣି ନାଏକ, ଗିରିଧାରୀ ଦୁର୍ଗା, ନିଲମ୍ବର ସାହୁ,ବଳଭଦ୍ର ସାହୁ, ବନମାଳୀ ମାଝୀ, ଚନ୍ଦ୍ର ମାଝୀଙ୍କ ସମେତ ଅଞ୍ଚଳବାସୀ ସହଯୋଗ କରିଥିଲେ। ଏହି ଗାୟତ୍ରୀ ମହାଯଜ୍ଞରେ ଆଖ ପାଖର ହଜାର ହଜାର ମହିଳା ପୁରୁଷ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ଗାଁରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.