ଓଡ଼ିଆ ବାର୍ତ୍ତା/ ବାଲେଶ୍ବର: ଇଷ୍ଟେର୍ଣ ଫାଉଣ୍ଡେସନ ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ବାଲେଶ୍ବର ଜିଲ୍ଲାର ଦୁବଲାଗଡି ସ୍ଥିତ ଗେଲେକ୍ସି ନେଚର କେମ୍ପ ପରିସରରେ ଦୁଇଦିନିଆ ଚିତ୍ର କର୍ମଶାଳା ଉଦଯାପିତ ହୋଇଯାଇଛି। ଜୁନ ୨ ତାରିଖରେ ଆରମ୍ଭ ହୋଇ ଏହା ୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା।
ଏହି କର୍ମଶଳାରେ ମୋଟ ୮ ଜଣ ଶିଳ୍ପୀ ଭାଗ ନେଇଥିଲେ। ଶିଳ୍ପୀମାନେ ହେଲେ ପ୍ରଦୀପ୍ତ କିଶୋର ଦାସ, ରଘୁନାଥ ଜେନା, ଦୈତାରୀ ବେହେରା, ଆର୍ଯ୍ୟପ୍ରଜ୍ଞା ବାସବଡତା, ଅର୍ଚନା ଜେନା, ସୁବର୍ଣ୍ଣ ରାୟ, ରଙ୍କନିଧି ସୁତାର, ୟାଥିସ କାସରଗଡ଼, କର୍ମଶାଳାର ଶିଳ୍ପୀମାନେ ବିଭିନ୍ନ ମାଧ୍ୟମରେ ନିଜର ସୃଜନଶୀଳତାର ପରିପ୍ରକାଶ କରିଥିଲେ।
କର୍ମଶାଳାର ଉଦେଶ୍ୟ ହେଲା ଯେ, ଜଳବାୟୁ ପରିବର୍ତନ ଯୋଗୁ ପୃଥିବୀ ପୃଷ୍ଠରେ ଅନିୟମିତତାକୁ ରୋକିବା ପାଇଁ ମାନବ ସମାଜରେ ଜନ ସଚେତନତା ର ଆବଶ୍ୟକତା ଅଛି। ତେଣୁ ଆମେ ପ୍ରକୃତିକୁ ନିଜରକରି ତାକୁ ରକ୍ଷା କରିବା ଦରକାର। ସେଥିପାଇଁ ଅଧିକାଂଶ କୃତି ପକୃତିକ ଉପାୟରେ ମିଳୁଥିବା ଶଙ୍ଖ, ଶାମୁକା, କାଠରେ ନିର୍ମିତ ହୋଇଛି।
ପୈଁଟିଙ୍ଗ ଏବଂ ଡ୍ରଇଂରେ ପ୍ରକୃତିକୁ ରକ୍ଷା କରିବା ବିଶ୍ୱରେ ଚିତ୍ରିତ ହୋଇଛି। ଏହି କୃତି କୁ ବାହାର ରାଜ୍ୟରୁ ଆସିଥିବା ପର୍ଯ୍ୟଟକମାନେ ବହୁତ ପସନ୍ଦ କରିଥିଲେ। ଉଦ୍ଯାପନୀ କାର୍ଯ୍ୟକ୍ରମରେ ବାଲେଶ୍ବରର ବିଶିଷ୍ଟ ଶିଳ୍ପୀ ନିକୁଞ୍ଜ ବିହାରୀ ଦାସ ଯୋଗ ଦେଇ କଳାକାର ମାନଙ୍କୁ ପ୍ରମାଣପତ୍ର ଓ ଫଳକ ପ୍ରଦାନ କରିଥିଲେ।