ପ୍ରତାପପୁରଠାରେ ବିଶ୍ଵ ପରିବେଶ ଦିବସ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୋନପୁର ସଦର ବ୍ଲକ୍ ଅନ୍ତର୍ଗତ ପ୍ରତାପପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ପ୍ରକୃତି ବନ୍ଧୁ ଶ୍ରୀମତୀ ସନ୍ତୋଷିନୀ ନନ୍ଦଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଜିମ୍ ପ୍ରେମଜୀ ୟୁନିଭରସିଟି ରାଜସ୍ଥାନରୁ ଆସିଥିବା ବିଶ୍ଵାମିତ୍ର ସୈନୀ ବେସରକାରୀ ଅନୁଷ୍ଠାନ ଗ୍ରାମୋତ୍ଥାନର ପରିଦର୍ଶକ, ସମ୍ମାନୀତ ଅତିଥି ଭାବରେ ଗ୍ରାମୋତ୍ଥାନର ପ୍ରୋଗ୍ରାମ୍ କୋଅଡିନେଟର ରଶ୍ମିତା ପ୍ରଧାନ ତଥା ଅତିଥି ଶିକ୍ଷକ, ସମାଜସେବୀ ଅମନ୍ ମହାପାତ୍ର ଯୋଗଦେଇଥିଲେ। ଅତିଥିମାନେ ପଲିଥିନ୍ ବ୍ୟବହାରକୁ ନା କହିବା, ନିଜ ପରିବେଶକୁ ସ୍ୱଚ୍ଛ ରଖିବା, ଜନ୍ମ ଦିନରେ ଗଛ ଲଗାଇବା ଓ ଏହାର ଯତ୍ନ ନେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରକୁ ସଫା କରିବା ସହିତ ବୃକ୍ଷ ରୋପଣ କରାଯାଇଥିଲା। ଏହା ସହିତ ଗାଁ ପରିବେଶକୁ ସ୍ବଚ୍ଛ ରଖିବାକୁ ସଚେତନତା ମୂଳକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଥିଲା। ବିଦ୍ୟାଳୟର ରେଡ୍‌ କ୍ରସ୍‌ ପରାମର୍ଶଦାତା ଶିକ୍ଷକ ପ୍ରକୃତି ବନ୍ଧୁ ଗୋପେଶ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲକ୍ଷ୍ମଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କମ୍ୟୁନିଟି ସେଣ୍ଟରର ଶିକ୍ଷୟିତ୍ରୀ ତଥା ଆଲୁମିନି ରବିନା ସେଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.