ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ଭବାନୀପାଟଣା ବନାଞ୍ଚଳ ଅଧୀନସ୍ଥ ସିନାଙ୍ଗଭଟା ବନ ସୁରକ୍ଷା ସମିତି ଗୃହ ଠାରେ ଛେଳି ପାଳନ ସମ୍ପର୍କିତ ତାଲିମ ଶିବିର SBIRSETI ଭବାନୀପାଟଣା ତରଫରୁ ତଥା ଆମ ଜଙ୍ଗଲ ଯୋଜନା ସହାୟତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସିନାଙ୍ଗଭଟା, ସର୍ଗିମାଲ ବନ ସୁରକ୍ଷା ସମିତିର ୩୫ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସକ୍ରିୟ ଅଂଶଗ୍ରହଣ କରିଥିଲେ। ଉକ୍ତ ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଦେପୁର ଗ୍ରା.ପ.ର ସମିତି ସଭ୍ୟା ତିଳୋତ୍ତମା ଜାଲ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତାଲିମଦାତା ଭାବରେ SBIRSETI ଭବାନୀପାଟଣା ତରଫରୁ ନିର୍ଦ୍ଦେଶକ ପ୍ରମୋଦ କୁମାର ତାଣ୍ଡି ଓ କମଳ ଶତପଥୀ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ଶେଷ ଦିନ ତାଲିମାର୍ଥୀମାନଙ୍କୁ SBRISETI ବେହେରାଗୁଡା ସ୍ଥିତ ତାଲିମ କେନ୍ଦ୍ରରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ପ୍ରଣାମପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆମ ଜଙ୍ଗଲ ଯୋଜନା ଦଳପତି ସୁବାସ ଚନ୍ଦ୍ର ନାଏକ, ବିକାଶ ଅଧିକାରୀ ଉମେଶ ଚନ୍ଦ୍ର ଗଉଡ଼, ସୁନୀଲ ରଣା ପ୍ରମୁଖ ସହଯୋଗ କରିଥିଲେ।